136 Views
ମାଉଣ୍ଟ ମାଙ୍ଗାନୁଇ ,ଜାନୁଆରୀ ୨୮: ମାଉଣ୍ଟ ମାଙ୍ଗାନୁଇ ବେ ଓଭାଲରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ ଭାରତ ଲକ୍ଷ୍ୟ ହାସଲ କରିଥିଲା।
ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ।
ଅନ୍ୟପକ୍ଷରେ ଏକ ଟିଭି ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ (୨/୪୫) କରିଛନ୍ତି। ସେହିପରି ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରୁଛନ୍ତି ଦିନେଶ କାର୍ତ୍ତିକ ।