Fri. Mar 6th, 2026

ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ବୈଠକ

286 Views

ରାଉରକେଲା, ୨୯/୭: ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ ଓ ସକ୍ରିୟ କରିବା ପାଇଁ ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ବୈଠକ ଜିଲା କାର୍ଯ୍ୟାଳୟ ବି-୩୩, ସେକ୍ଟର-୩ ଠାରେ ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୀରମିତ୍ରପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରଭାରୀ ଭାବେ ଜିଲା ଉପସଭାପତି ଶଶାଙ୍କ ଜେନାଙ୍କୁ ରାଜ୍ୟ ନେତୃତ୍ୱ ଦ୍ୱାରା ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ବୈଠକରେ ଏହାକୁ ସ୍ୱାଗତ କରାଯାଇଛି ।

ଏଥିସହ ଜିଲା ସଭାପତି ଶ୍ରୀ ବେହେରା ପ୍ରଭାରୀ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି । ଜିଲା ସଭାପତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନକୁ ସାକାର କରିବା ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବା ସହ କର୍ମୀମାନେ କଠିନ ପରିଶ୍ରମ କରି ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ଜନଆନ୍ଦୋଳନ କରି ସମସ୍ୟା ଦୂର ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବିଧ ଜନହିତକର ଯୋଜନାଗୁଡିକ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।

ପ୍ରଭାରୀ ଶ୍ରୀ ଜେନା ସଙ୍ଗଠନକୁ ବୁଥ୍ ସ୍ତରରେ ମଜବୁତ କରିବା ସହ ସଙ୍ଗଠନକୁ ଲୋକାଭିମୁଖୀ କରି ଜନତାଙ୍କ ସେବାରେ ନିଜତୁ ଉତ୍ସର୍ଗ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ଜିଲା ସାଧାରଣ ସମ୍ପାଦକ ତଥା ରଘୁନାଥପାଲି ବିଧାନସଭା କ୍ଷେତ୍ର ପ୍ରଭାରୀ ଦିଲୀପ ଦାଶ, ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭରତ କବି, ମଣ୍ଡଳ  ସଭାପତି ମାଦରୁ ଓରାମ, ଜଗତପାଲ ଅହିର, ଅର୍ଜୁନ ଓରାମ, ହରି ଭଗତ, ସନ୍ତୋଷ ବାରାଙ୍କ ସମେତ ଆମନ୍ତ୍ରିତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related Post