Sat. Apr 19th, 2025

ତୁଳସୀକ୍ଷେତ୍ରକୁ ଶ୍ରୀକ୍ଷେତ୍ରରୁ ଆସେ ରାଖି

By amfnews Aug 24, 2018 #Featured
302 Views

ଭୁବନେଶ୍ୱର:ସମଗ୍ର ରାଜ୍ୟରେ ରାଖି ପୂର୍ଣ୍ଣିମା ଏକ ବିଶେଷ ଗଣପର୍ବ ଭାବେ ପାଳିତ ହୋଇଥାଏ। ଏହି ଦିନ ଭାଇ ହାତରେ ଭଉଣୀ ରାଖି ବାନ୍ଧିି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ମାଗି ନେଇଥାଏ।ଏହା ଏକ କୃଷିଭିତ୍ତିକ ପର୍ବ ବୋଲି ବେଶ୍‌ ଜଣାଶୁଣା।ତେବେ ଏହି ରାଖି ପୂର୍ଣ୍ଣିମା ସହିତ କେନ୍ଦାପଡ଼ା ତୁଳସୀକ୍ଷେତ୍ର ସହିତ ପୁରୀ ଶୀକ୍ଷେତ୍ରର ମଧ୍ୟ ସମ୍ପର୍କ ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତିରେ ତୁଳସୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ରହିଛି ବେଶ୍‌ ଗୁଢ଼ ସମ୍ପର୍କ । ଏତଦ୍‌ବ୍ୟତୀତ ଅନ୍ୟ ଦୁଇଟି ଘଟଣା ଏହି ସମ୍ପର୍କକୁ ବେଶ୍‌ ଚର୍ଚ୍ଚାରେ ରଖିଥାଏ। ପ୍ରଥମତଃ ପ୍ରଳମ୍ବାଶୁର ବଧ ନୀତି ଉଭୟ କେନ୍ଦ୍ରାପଡ଼ା ଓ ପୁରୀରେ ପାଳିତ ହୁଏ। ତେବେ ପ୍ରଳମ୍ବାସୁରଙ୍କୁ ବଧ କରିଥିବାରୁ ବଡ଼ଭାଇ ତଥା କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ନିକଟକୁ ପାଟ ପଠାଇ ଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭଣ୍ଡାର ମେକାପ ଶ୍ରୀକ୍ଷେତ୍ରରୁ ଏହି ପାଟଲୁଗା ନେଇ ତୁଳସୀକ୍ଷେତ୍ରରେ ପହଞ୍ଚିିଥାନ୍ତି।

ଦ୍ୱିତୀୟ ଘଟଣା ସହିତ ଯଦିଓ ଶ୍ରୀମନ୍ଦିର ପ୍ରଶାସନର କୌଣସି ସମ୍ପର୍କ ନାହିଁ, ତଥାପି ଏହା ଏକ ପରମ୍ପରାରେ ପରିଣତ ହୋଇଛି। କେନ୍ଦ୍ରାପଡ଼ାରେ ଥିବା ବଡ଼ଭାଇ ବଳଦେବଜୀଉଙ୍କ ପାଖକୁ ଭଉଣୀ ଶୁଭଦ୍ରା ପୁରୀରୁ ରାଖି ପଠାଇଥାନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଦେବଙ୍କ ପାଇଁ ଯେଉଁ ପାଟରା ସମ୍ପ୍ରଦାୟ ରାଖି ପ୍ରସ୍ତୁତ କରନ୍ତି, ସେହିିମାନେ କେନ୍ଦ୍ରାପଡ଼ାର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉ ଓ ଶୀ୍ରଜଗନ୍ନାଥଙ୍କ ପାଇଁ ରାଖି ପ୍ରସ୍ତୁତ କରିଥାନ୍ତି। ନିଖିଳ ଓଡ଼ିଶା ପାଟରା ସମାଜ ପକ୍ଷରୁ ପ୍ରସ୍ତୁତ ଏହି ଦୁଇଟି ରାଖିକୁ ସମାଜର କର୍ମକର୍ତ୍ତାମାନେ ସାଙ୍ଗରେ ଆଣି ଶ୍ରୀବଳଦେବଜୀଉ ମନ୍ଦିର ପରିଚାଳନା କରୁଥିବା ଦେବୋତ୍ତର ବିଭାଗର ଅଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ପରେ ଦେବୋତ୍ତର ବିଭାଗ ପକ୍ଷରୁ ଏହି ରାଖିକୁ ବଳଦେବଜୀଉ ମନ୍ଦିରର ଭଣ୍ଡାର ମେକାପଙ୍କୁ ପ୍ରଦାନ କରାଯାଇଥାଏ। ରାଖି ପୂର୍ଣ୍ଣିମା ଦିନ ସକାଳେ ଏହି ରାଖିକୁ ଭଣ୍ଡାର ମେକାପ ମନ୍ଦିରର ଶୁଭଦ୍ରାଙ୍କ ବାଡ଼ଗ୍ରାହୀଙ୍କୁ ପ୍ରଦାନ କରିଥାନ୍ତି । ପରେ ମା ଶୁଭଦ୍ରାଙ୍କ ବାଡ଼ଗ୍ରାହୀ ଦୁଇଟି ରାଖି ଶ୍ରୀବଳଦେବଙ୍କ ବାଡ଼ଗ୍ରାହୀ ଓ ଶ୍ର୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କୁ ପ୍ରଦାନ କହିବା ପରେ ମନ୍ଦିର ପରିସରରେ ଶ୍ରୀଜୀଉମାନଙ୍କ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥାଏ।

By amfnews

Related Post