405 Views
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଜଣେ ବ୍ୟକ୍ତି ଶ୍ରୀନିବାସ କୃଷ୍ଣ ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରକୁ ଏକ କୋଟି ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ନିଜକୁ ଭଗବାନ ଭେଙ୍କଟେଶ୍ବରଙ୍କ ଭକ୍ତ ବୋଲି ଦର୍ଶାଇ ତିରୁପତି ମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରିଛନ୍ତି ଯେ, ଏହି ଏକ କୋଟି ଟଙ୍କାରେ ଅନ୍ନ ପ୍ରସାଦ ଟ୍ରଷ୍ଟ ଜରିଆରେ ଶ୍ରଦ୍ଧାଳୁଙ୍କୁ ନିଃଶୁଳ୍କ ଭୋଜନ ବ୍ୟବସ୍ଥା କରାଯାଉ ।
ଭକ୍ତ ଶ୍ରୀନିବାସ କୃଷ୍ଣ ନିଜର ପରିବାର ସହିତ ଅନ୍ନ ପ୍ରସାଦମ ଭବନ (ନିଃଶୁଳ୍କ ଭୋଜନ ଭବନ)କୁ ଅର୍ଥ ଦାନ କରି ଭଗବାନ ଭେଙ୍କଟେଶ୍ୱରଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅନ୍ନ ପ୍ରସାଦ ଟ୍ରଷ୍ଟର ଅଧିକାରୀ ବେଣୁଗୋପାଳ ଉପସ୍ଥିତ ଥିଲେ ।