Wed. Dec 25th, 2024

ତିରୁପତିରେ ଲଡ଼ୁ ସ୍କାମ ! କୁଆଡ଼େ ଗଲା ୧୪ ହଜାର ଲଡୁ

By amfnews Oct 20, 2018 #Featured
197 Views

Khabar Odisha:laddoo-scam-in-tirumala-tirupati-14000-laddoos-were-allegedly-diverted-to-black-market
ତିରୁପତି ଅକ୍ଟୋବର୨୦:ନବରାତ୍ର ସମାପ୍ତ ହେବା ମାତ୍ରେ ଆନ୍ଧ୍ର ପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ଘୋଟାଲା ସାମ୍ନାକୁ ଆସିଛି। ନବରାତ୍ର ବ୍ରୋହ୍ମତ୍ସବ ପରେ ଅଭିଯୋଗ ହୋଇଛି ଯେ କଣ୍ଟ୍ରାକ୍ଟରେ ରଖାଯାଇଥିବା କିଛି କର୍ମଚାରୀ ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ମଧ୍ୟରୁ ୧୪,୦୦୦ ଲଡ଼ୁର କଳାବଜାରୀ କରିଥିବା ଉଦ୍ୟମ କରିଛନ୍ତି। ଏହି ଲଡୁ ମନ୍ଦିରରେ ଦର୍ଶନାର୍ଥୀଙ୍କୁ ଟୋକନ ଆଧାରେ ଦିଆଯାଇଥାଏ।

ଏହି ଘଟଣାରେ ମନ୍ଦିରର ସଞ୍ଚାଳନ ଦାୟିତ୍ଵରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି)ରେ ଚହଳ ପଡ଼ିଛି। କୁହାଯାଉଛି ଯେ ନବରାତ୍ର ବ୍ରହ୍ମୋତ୍ସବ ସମୟରେ ଗରୁଡ଼ ସେବା ବେଳେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଟିଟିଡି ପକ୍ଷରୁ ମ୍ୟାନୁଆଲ ସିଷ୍ଟମର ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟର ଏହି ନିଷ୍ପତ୍ତି ନିଜ ପାଇଁ ଏବେ ଭାରୀ ପଡ଼ିଛି। ସୂଚନା ମୁତାବକ ଅକ୍ଟୋବର ୧୪, ୧୫ ଓ ୧୬ରେ ମୋଟ୍ ୩୦ ହଜାର ଟୋକନ ଦିଆଯାଇଥିଲା। ଏଥିରେ ୧୦୦ ଟଙ୍କିଆ ଓ ୫୦ ଟଙ୍କିଆ ଟୋକନ ସାମିଲ ଥିଲା।  କାଉଣ୍ଟରରୁ ଦିଆଯାଉଥିବା ସମସ୍ତ ଟୋକନ ଅନଲାଇନ ପରିବର୍ତ୍ତେ ମ୍ୟାନୁଆଲ ସିଷ୍ଟମରେ ବଣ୍ଟା ଯାଇଥିଲା।

ଲଡୁ ପ୍ରସାଦମ ଟିକେଟ୍(ଏଲପିପି) କାଉଣ୍ଟର୍ସରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଲଡୁ ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। ଏହି କର୍ମଚାରୀ ପୁରୁଣା ଟୋକେନ ଜରିଆରେ  ଦୁଇ ଥର ଲେଖାଏଁ ୧୪ ହଜାର ଲଡୁ ନେଇଛନ୍ତି।  କିନ୍ତୁ ପୂର୍ବରୁ ସେହି ଟୋକନରେ ଲଡୁକୁ ଅଧିକ ଦାମରେ ବିକ୍ରି କରାଯାଇଥିଲା। ଏବେ ସନ୍ଦେହ କରାଯାଉଛି ଯେ  ଏହି କର୍ମଚାରୀମାେନ ଶ୍ରଦ୍ଧାଳୁଙ୍କୁ ଦ୍ଵିତୀୟ ଥର ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦେବା ସହିତ ଟିକେଟକୁ ନକଲ କରି ଲଡ଼ୁ ବିକ୍ରି କରିଥିବା କୁହାଯାଉଛି। ଏହାର ସୂଚନା ମିଳିବା ମାତ୍ରେ ଟିଟିଡି ଭିଜିଲାନ୍ସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।  ଏବେ ରେକର୍ଡକୁ ଯାଞ୍ଚ କରି ଘଟଣାର ମୂଳ ମୋଞ୍ଜି ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରାଯାଉଛି। ଏବେ କିଛି କର୍ମଚାରୀଙ୍କୁ  ପଚରାଉଚୁରା ମଧ୍ୟ କରାଯାଉଛି।

ଲଡୁ ମିଳିବାର ସିଷ୍ଟମ

ତିରୁପତି ମନ୍ଦିରର ଲଡୁ ବହୁତ ପ୍ରସିଦ୍ଧ ଅଟେ।  ଦିବ୍ୟ ଦର୍ଶନ ପାଇଁ ଅଲିପରି ଓ ଶ୍ରୀବରୀ ମେଟ୍ଟୁର ପଦଯାତ୍ରା କରୁଥିବା ଦର୍ଶନାର୍ଥୀଙ୍କୁ ୧୦ ଟଙ୍କାରେ ସବସିଡି ଆଧାରରେ ଦୁଇଟି ଲଡୁ ଦିଆଯାଏ। ମାଗଣା ଦର୍ଶନ ସମୟରେ ମଧ୍ୟ ୧୦ ଟଙ୍କାରେ ଶ୍ରଦ୍ଧାଳୁଙ୍କୁ ଲଡୁ ଦିଆଯାଏ।

୩୦୦ ଟଙ୍କିଆ ସ୍ପେଶାଲ ଏଣ୍ଟ୍ରିରେ ଦୁଇଟି ଲଡ଼ୁ ଫ୍ରିରେ ମିଳିଥାଏ ମାତ୍ର ଅତିରିକ୍ତି ଲଡୁ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିଥାଏ। ଦର୍ଶନାର୍ଥୀଙ୍କ ବ୍ୟତୀତ ଟ୍ରଷ୍ଟ ନିଜର ବର୍ତ୍ତମାନ ଓ ଅବସର କର୍ମଚାରୀଙ୍କୁ ଲଡୁ ପ୍ରତି ପାଞ୍ଚ ଟଙ୍କା ହିସାବରେ ମାସକୁ ୧୦ ଲଡୁ ଦେଇଥାଏ।

By amfnews

Related Post