Fri. Dec 27th, 2024

ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ ଦାବିରେ ରାଜ୍ୟସ୍ତରୀୟ ସମ୍ମିଳନି ଅନୁଷ୍ଠିତ

By amfnews Aug 21, 2018 #Featured
448 Views

ରାଉରକେଲା, ୨୧ା୮  : ତାଳଚେର- ବିମଳାଗଡ଼ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତା ସ୍ଥାନୀୟ ଭଞ୍ଜଭବନ ଠାରେ ପାଳିତ ହୋଇଯାଇଛି । ସମିତି ଆବାହକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀରେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ସିଆଇଟିୟୁ ସର୍ବଭାରତୀୟ ଉପସାଭତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀରେ ୨୦୦୩-୦୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହାକୁ ନିର୍ମାଣ ପାଇଁ ସମ୍ମତି ପ୍ରକାଶ କରିଥିଲେ ।

ଏଥିପାଇଁ ଲଗାତାର ଭାବେ ୩ ଥର ସର୍ଭେ କାର୍ଯ୍ୟ ପରେ କେନ୍ଦ୍ର ସରକାରଙ୍କ ଠାରୁ ଆଖିଦୃଶିଆ ଅର୍ଥ ମଞ୍ଜୁରୀ ହୋଇପାରିଲା ନାହିଁ । ତେବେ ପ୍ରତି ବର୍ଷ ଏଥିପାଇଁ ଅର୍ଥ ମଞ୍ଜୁରୀ ହେଉଥିଲେ ମଧ୍ୟ ଆବଶ୍ୟକୀୟ ଜମି ଓ ପରିବେଶ ମଞ୍ଜୁରୀ ମିଳିପାରି ନାହିଁ । ଚଳିତ ବର୍ଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏହି ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ୧୬୮ ଏକର ଜମି ଅଧିଗ୍ରହଣ ପାଇଁ ସୁପାରିଶ କରୁଛି । ଏସବୁ ସତ୍ତେ୍ୱ ଏହି ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବ ଘଟିଛି ।

ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ମାଣ ଶେଷ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଜିର ଉତ୍ସବରେ ଅତିଥିବୃନ୍ଦ ପ୍ରକାଶ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ୨୦୧୯ ମସିହା ଅଗଷ୍ଟ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ଓ ରେଳ ଚଳାଚଳ ପାଇଁ ଦାବି ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ହରିହର ରାଉତରାୟ, ସୁଧୀର ସୁନ୍ଦର ରାୟ, କମ୍ରେଡ଼ ଛବି ମହାନ୍ତି, ପ୍ରଭାତ ମିଶ୍ର, ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ, ବିନୋଦିନୀ ଦାସ, ବସନ୍ତ ମଲ୍ଲିକ, ଶଙ୍କର ପାତ୍ର, ସୁବାସ ଦଣ୍ଡପାଟ, ବିଜୟ ସାହୁ, ଆଲୋକ ବେହେରା, ଅମୂଲ୍ୟ ଚରଣ ବରାଳ, ନିରଞ୍ଜନ ଦାସ, ଶଶଧର ନନ୍ଦ, ଗୋପୀନାଥ ପଟ୍ଟନାୟକ, ଡା. ରାସବିହାରୀ ମହାପାତ୍ର, ଅରୁଣ କୁମାର ପରିଡ଼ାଙ୍କ ସମେତ ବିଶିଷ୍ଟ ରାଜନୈତକି ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post