Sun. Jun 8th, 2025

ତାଳଚେର: ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀପଲ

By amfnews Apr 19, 2019 #Featured
442 Views

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ ଓ ନିକଟସ୍ଥ ସନ୍ଥପଡ଼ା ଗ୍ରାମର ଅନ୍ୟ ଜଣଙ୍କୁ କଚାଡ଼ି ମାରିଥିବା ସୂଚନା ମିଳିଛି।

ଷଣ୍ଢଗାଁ’ର ମୃତ ବ୍ୟକ୍ତିମାନେ ଗୋଟିଏ ପରିବାର ଅନ୍ତର୍ଗତ। ସେମାନେ ସଂପର୍କରେ ବାପା, ଦୁଇ ଝିଅ ଓ ପିଉସୀ ବୋଲି କୁହାଯାଉଛି। ଗୋଟିଏ ଝିଅର ବୟସ ୪, ଅନ୍ୟ ଝିଅର ବୟସ ୧୨, ବାପାର ବୟସ ୪୦ ଓ ପିଉସୀର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି । ଗରମ ପଡ଼ିଥିବାରୁ ସେମାନେ ଗତରାତିରେ ଘର ବାରନ୍ଦାରେ ଶୋଇଥିଲେ। ସେମାନଙ୍କ ଘର ପାଲଲହଡ଼ା ଅନ୍ତର୍ଗତ ଗୋବିନ୍ଦପୁରରେ। ଇଟାଭାଟି ଶ୍ରମିକ ଭାବେ ସେମାନେ ଏ ଅଞ୍ଚଳରେ କାମ କରୁଥିଲେ। ପରେ ହାତୀମାନେ ସନ୍ଥପଡ଼ା ଗ୍ରାମ ଆଡ଼କୁ ଯାଇ ସେଠାରେ ଶୌଚ ହେବାକୁ ଆସିଥିବା ୭୦ ବର୍ଷିୟ ଭ୍ରମରବର ସମାଲଙ୍କୁ ମଧ୍ୟ ଆକ୍ରମଣ କରି ମାରିପକାଇ ଥିଲେ।

ଖବର ପାଇ ସ୍ଥାନୀୟ ପୁଲିସ ଓ ବନ ବିଭାଗ ପହଞ୍ଚି ନିହତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇଛନ୍ତି। ଗତରାତିରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଷଣ୍ଢଗ୍ରାମରେ ପହଞ୍ଚିଥିଲେ ବୋଲି ଶୁଣାଯାଉଛି।ହାତୀପଲକୁ ଖୋଜିବା ନିମନ୍ତେ ବନବିଭାଗ କର୍ମଚାରୀମାନେ ଦଳବଦ୍ଧ ହୋଇ ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି।

By amfnews

Related Post