Thu. Jan 23rd, 2025

ତାମିଲନାଡୁ: ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ, ଆସନ୍ତାକାଲି ମତଦାନ

By amfnews Apr 5, 2021 #Featured
291 Views

ଚେନ୍ନାଇ, ଏପ୍ରିଲ ୦୫ : ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୬ ତାରିଖରେ ମତଦାନ ହେବ । ଏଠାରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତାକାଲି ସକାଳ ୭ଟାରୁ କୋଭିଡ-୧୯ କଟକଣା ମଧ୍ୟରେ ମତଦାନ ହେବ । ରାଜ୍ୟର ୩୮ ଟି ଜିଲ୍ଲାରେ ୨୩୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏପ୍ରିଲ ୪ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଏହି ନିର୍ବାଚନରେ ମୋଟ୍ ୩୯୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ମୋଟ୍ ୮୮ ହଜାର ୯୩୭ଟି କେନ୍ଦ୍ରରେ ମତଦାନ ହେବ । ମେ’ ମାସ ୨ ତାରିଖରେ ଭୋଟ ଗଣତି ହେବା ସହିତ ଫଳାଫଳ ଘୋଷଣା କରାଯିବ । 

ତାମିଲନାଡୁରେ ଦ୍ୱିମୁଖୀ ଲଢ଼େଇ ହେଉଥିବା କୁହାଯାଉଛି । ଏଆଇଡିଏମ୍‌କେକୁ ଡିଏମ୍‌କେ ପ୍ରାର୍ଥୀମାନେ ମୁକାବିଲା କରୁଛନ୍ତି । ଏଆଇଡିଏମ୍‌କେ ସହ ଭାରତୀୟ ଜନତା ପାର୍ଟି ମେଣ୍ଟ କରିଥିବା ବେଳେ କଂଗ୍ରେସ ସମର୍ଥନ କରିଥିବା ତଳ ହେଉଛି ଡିଏମ୍‌କେ । ନିର୍ବାଚନ ପ୍ରଚାର ସମୟରେ ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ୍ ଅଭିଯୋଗ ଆଣିଛନ୍ତି ଯେ, ଏଆଇଡିଏମ୍‌କେ ତାମିଲନାଡୁକୁ ୫୦ ବର୍ଷ ପଛକୁ ନେଇଯାଇଛି । 

ସୂଚନାଯୋଗ୍ୟ, ୧୯୬୭ ମସିହା ଠାରୁ ତାମିଲନାଡୁରେ ଡିଏମ୍‌କେ ଓ ଏଆଇଡିଏମ୍ ବିଭିନ୍ନ ସମୟରେ ଶାସନ କରି ଆସୁଛି । ବିଗତ ୨ଟି ବିଧାନସଭା ନିର୍ବାଚନରେ ଏଆଇଡିଏମ୍‌କେ ନିର୍ବାଚନ ଜିତିଛି । କିନ୍ତୁ ଏଥର ତାମିଲନାଡୁର ସ୍ୱର୍ଗତଃ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଓ ଜେ. ଜୟଲଲିତାଙ୍କ ଅନୁପସ୍ଥିତିରେ ନିର୍ବାଚନ ଆୟୋଜନ ହେଉଛି । 

By amfnews

Related Post