Mon. Jan 6th, 2025

ତାପମାତ୍ରା : ୩.୪ ଡିଗ୍ରୀ ସେଲସିୟସରେ ଥରିଲା ଦିଲ୍ଲୀ, ଆଗାମୀ ସପ୍ତାହ ପାଇଁ ଚେତାବନୀ

By amfnews Dec 21, 2020 #Featured
114 Views

ନୂଆଦିଲ୍ଲୀ, ଡିସେମ୍ବର ୨୧ : ଜାତୀୟ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷର ସର୍ବାନିମ୍ନ ତାପମାତ୍ରା ରବିବାର ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ଶୀତ ଆହୁରି ଅଧିକ ଅନୁଭୂତ ହୋଇପାରେ ।

ରବିବାର ଦିଲ୍ଲୀର ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶନିବାରର ତାପାମାତ୍ରା ୩.୯ ଡିଗ୍ରୀ ସେଲସିୟସ ଥିଲା । ଭାରତୀୟ ପାଣିପାଗ ବିଭାଗର ଦିଲ୍ଲୀ ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଲେହରେ ତୁଷାରପାତ ଓ ଥଣ୍ଡା ପବନ ଯୋଗୁଁ ଦିଲ୍ଲୀରେ ତାପମାତ୍ରା ନିମ୍ନଗାମୀ ହେଉଛି । ଫଳରେ ରାଜଧାନୀବାସୀ ଶୀତରେ ଥରୁଛନ୍ତି ।

By amfnews

Related Post