210 Views
ଚଳିତ ବର୍ଷ ତାତି ସବୁପ୍ରକାର ରେକର୍ଡକୁ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି । ଗତକାଲି ତାଳଚେର ସର୍ବାଧିକ ଉତ୍ତପ୍ତ ସହର ଥିଲା । ମଧ୍ୟାହ୍ନ ସମୟରେ ତାଳଚେରର ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରି ଅପରାହ୍ନରେ ଆହୁରି ବଢ଼ିଥିଲା । ଯାହା ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ଟିଟିଲାଗଡରେ ମଧ୍ୟ ତାତି ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏପ୍ରିଲ ମାସରୁ ତାପମାତ୍ରା ଏକା ସାଙ୍ଗରେ ରାଜ୍ୟର ବହୁ ଜିଲ୍ଲାରେ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରଭାବ ଜୋର୍ ରହୁଥିବା ବେଳେ ରାତିରେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବାର ଅଛି ବୋଲି ପାଣିପାଗ ବିଭଗା ପୂର୍ବାନୁମାନ କରିଛି ।