Sun. Jan 12th, 2025

ତାଜମହଲର ମସଜିଦରେ ୩ ମହିଳାଙ୍କ ପୂଜାର୍ଚ୍ଚନା!

By amfnews Nov 18, 2018 #Featured
133 Views

ଆଗ୍ରା, ନଭେମ୍ବର ୧୮: ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ସହିତ ଜଡ଼ିତ ୩ ଜଣ ମହିଳା ତାଜମହଲରେ ନିର୍ମିତ ୪୦୦ ବର୍ଷର ପୁରୁଣା ମସଜିଦରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ଦକ୍ଷିଣପନ୍ଥୀ ବିଚାର ରଖୁଥିବା ସ୍ଥାନୀୟ ସଂଗଠନ । ଏହି ସଂଗଠନର ୩ ଜଣ ମହିଳା ଏଠାକୁ ପହଞ୍ଚି ମସଜିଦ ପରିସରରେ ପୂଜାର୍ଚ୍ଚନା କରିଛନ୍ତି । ସେମାନେ ଧୂପ-ଦୀପ ଜଳାଇ ଗଙ୍ଗାଜଳ ସିଂଚନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାକ୍ରମର ଭିଡିଓ ଭାଇରାଲ ହୋଇଛି ।

ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବା ପରେ ସଂଗଠନର ଜିଲ୍ଲା ଅଧ୍ୟକ୍ଷା ମୀନା ଦେବୀ ଦିବାକର କହିଛନ୍ତି, ଯଦି ମୁସଲିମଙ୍କୁ ଏଠାରେ ପ୍ରତିଦିନ ନମାଜ ପାଠ ପାଇଁ ଅନୁମତି ମିଳିପାରୁଛି, ଆମେ ତେଜମହାଳୟ ଅବସରରେ ଏଠାରେ ପୂଜାର୍ଚ୍ଚନା କରିବାରେ ଅସୁବିଧା କେଉଁଠି । ଦକ୍ଷିଣପନ୍ଥୀ ବିଚାର ଧାରାରେ ତାଜମହଲକୁ ତେଜମହାଳୟ କୁହାଯାଇଥାଏ ।

ତାଜର ସୁରକ୍ଷା ପାଇଁ ମୁତୟନ ହୋଇଥିବା ସିଆଇଏସଏଫ କମାଣ୍ଡର ବ୍ରଜ ଭୂଷଣ କହିଛନ୍ତି, ତାଙ୍କୁ  ଘଟଣା ସଂପର୍କରେ କିଛି ଜଣାନାହିଁ । କାରଣ ତାଙ୍କ ଯବାନଙ୍କୁ ମସଜିଦ ଯିବାକୁ ଅନୁମତି ମିଳି ନାହିଁ । ଏଏସଆଇ ଘଟଣାର ତଦନ୍ତ କରୁଛି ।

ଏଏସଆଇର ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ (ଆଗ୍ରା ଜୋନ) ବସନ୍ତ ସଭରକର ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଘଟଣା ସଂପର୍କରେ ସୂଚନା ମିଳିବା ପରେ ଆମେ କର୍ମଚାରୀଙ୍କୁ ପଠାଇଥିଲୁ କିନ୍ତୁ ଆମେ ସେଠାରେ କୌଣସି ଧୂପ-ଦୀପ ଅଥବା ପୂଜା ସାମଗ୍ରୀ ପାଇ ନଥିଲୁ । ସେ କହିଛନ୍ତି ଏସଂପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି । ସିଆଇଏସଏଫଙ୍କୁ ସିସିଟିଭି ଫୁଟେଜ ଦାଖଲ କରିବାକୁ କୁହାଯାଇଛି ।

By amfnews

Related Post