Sat. Dec 28th, 2024

ତାଇୱାନକୁ ଭାରତର ସମର୍ଥନ ପ୍ରସଙ୍ଗରେ ବିରକ୍ତି ପ୍ରକାଶ କଲା ଚୀନ, ସିକ୍କିିମକୁ ନେଇ ଦେଲା ଧମକ

By amfnews Oct 17, 2020 #Featured
162 Views

ବେଜିଂ, ଅକ୍ଟୋବର ୧୭ : ଚୀନ ଦୀର୍ଘ ଦିନରୁ ତାଇୱାନ ଉପରେ ନିଜର ଦାବି ସାବ୍ୟସ୍ତ କରିଆସିଛି । ତାଇୱାନକୁ ସମର୍ଥନ କରୁଥିବା ଅନ୍ୟ ଦେଶକୁ ମଧ୍ୟ ଚୀନ ଧମକ ଦେଇଛି । ଏହାରି ମଧ୍ୟରେ ଭାରତରେ ତାଇୱାନକୁ ନେଇ ବଢ଼ିଥିବା ସମର୍ଥନକୁ ଦେଖି ଚୀନ ବିରକ୍ତି ପ୍ରକାଶ କରିଛି । ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସର ସଂପାଦକ ସିଧା ଧମକ ଦେଇଛି ଯେ, ଯଦି ଭାରତୀୟ ଶକ୍ତି ତାଇୱାନକୁ ନେଇ ଖେଳିଥାଏ, ତା’ହେଲେ ଚୀନ ପୂର୍ବୋତ୍ତର ଭାରତରୁ ଭିନ୍ନ କରି କାର୍ଯ୍ୟାନୁଷ୍ଠାନ ନେଇପାରେ । 

ଗ୍ଲୋବାଲ ଟାଇମ୍ସର ସଂପାଦକ ହୁ ଶିଜିନ ଟୁଇଟ କରିଛନ୍ତି ଯେ, ଯଦି ଭାରତର ସାମାଜିକ ବଳ ତାଇୱାନ ପ୍ରସଙ୍ଗରେ ବ୍ୟବହାର ହୋଇଥାଏ, ତା’ହେଲେ ସିକ୍କିମକୁ ଆମେ ଅଲଗା କରିପାରିବୁ । ଏହି ପ୍ରସଙ୍ଗରେ ଆମେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛେଇବୁ ନାହିଁ । ଭାରତୀୟ ରାଷ୍ଟ୍ରବାଦୀଙ୍କୁ ଏସଂକ୍ରାନ୍ତରେ ଆତ୍ମଚିନ୍ତନ କରିବାର ଅଛି । 

ସୂଚନାଯୋଗ୍ୟ, ଭାରତୀୟ ଗଣମାଧ୍ୟମର ପ୍ରତିନିଧିମାନେ ତାଇୱାନର ବିଦେଶ ମନ୍ତ୍ରୀ ଜୋସଫ ବୁଙ୍କର ସାକ୍ଷାତକାର ନେଇଥିଲେ । ଏଥିରେ ଗଣମାଧ୍ୟମର ପ୍ରତିନିଧିମାନେ କହିଥିଲେ ଯେ, ତାଇୱାନ କେବେ ବି ଚୀନର ଅଂଶବିଶେଷ ନୁହେଁ । ଏଥି ସହିତ ଏଥିରେ ସ୍ୱୀକାର କରାଯାଇଥିଲା ଯେ, ବିଶ୍ୱବ୍ୟାପୀ ିତାଇୱାନର ଅସ୍ଥିତ୍ୱକୁ ସ୍ୱୀକାର କରାଯାଉଛି । ଏହା ପରେ ଭାରତରେ ଥିବା ଚୀନର ଦୂତାବାସ ମଧ୍ୟ ଆପତ୍ତି ଜଣାଇଥିଲା ଯେ, ତାଇୱାନକୁ ମଂଚ ଦେବା ଠାରୁ ୱାଇ-ଚାଇନା ପଲିସିର ଉଲ୍ଲଂଘନ ହୋଇଛି । 

By amfnews

Related Post