Sat. Mar 7th, 2026

ତଳୁ ଫୁଲ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି

176 Views

ନୂଆଦିଲ୍ଲୀ  : ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ଟେକସାସର ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି ଆମେରିକା ଏବଂ ଭାରତର ଅଧିକାରୀ। ଖାଲି ଏତିକି ନୁହଁ ବିମାନବନ୍ଦରରେ ତଳୁ ଫୁଲ ଉଠାଇ ଏବେ ସୋଶାଲ ମିଡିଆରେ ଦେଶବାସୀଙ୍କ ହୃଦୟ ଜିତିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ ଟ୍ରେଡ୍ ଆଣ୍ଡ ଇଣ୍ଟରନେଶନାଲର ନିର୍ଦ୍ଦେଶକ କ୍ରିସ୍ଟୋଫର ଅଲସନ, ଭାରତରେ ଅବସ୍ଥାପିତ ୟୁଏସର ରାଜଦୂତ କେନ୍ନେଥ ଜଷ୍ଟର ଏବଂ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରିଂଗଲା ଉପସ୍ଥିତ ଥିଲେ।

ମୋଦିଙ୍କୁ ସ୍ୱାଗତ କରିବା ବେଳେ ଜଣେ ମହିଳା ଅଧିକାରୀ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ହେଲେ ସେହି ଫୁଲ ତୋଡାର କିଛି ଫୁଲ କିନ୍ତୁ ତଳେ ପଡ଼ିଯାଇଥିଲା। ଯାହା ଉପରେ ନଜର ପଡ଼ିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କର। ସଙ୍ଗେସଙ୍ଗେ ତଳୁ ଫୁଲ ଉଠାଇ ନିଜ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଜଣେ ସଧାରଣ ନାଗରିକ ଭାବରେ ଅନେକ ବଡ଼ ବଡ଼ ମଞ୍ଚରେ ନିଜକୁ ଉପସ୍ଥାପନ କରିସାରିଛନ୍ତି। ଚଳିତ ମାସ ଆରମ୍ଭରେ ଋଷ ଗସ୍ତ ଅବସରରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେଇଥିଲେ। ଏହି ସମୟରେ ଅନ୍ୟମାନଙ୍କ ପାଇଁ ଚେୟାର ପଡ଼ିଥିବା ବେଳେ ମୋଦିଙ୍କ ପାଇଁ ଅତ୍ୟାଧୁନିକ ସୋଫାର ବ୍ୟବସ୍ଥା କରାଯାଇଥିଲା। ମୋଦି କିନ୍ତୁ ସୋଫା ବଦଳରେ ଚେୟାରରେ ବସିବେ ବୋଲି କହିଥିଲେ। ଏହାପରେ ସାଧାରଣ ପ୍ରତିନିଧିଙ୍କ ଭଳି ଚେୟାରରେ ବସିଥିଲେ। ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରଳତାକୁ ଦର୍ଶାଇଥିଲା।

By amfnews

Related Post