
ଅମିତାଭ ବଚ୍ଚନଙ୍କ ଭଳି ବୟୋଜ୍ୟୋଷ୍ଠ ଅଭିନେତାମାନେ ଏ ସମ୍ପର୍କରେ ଚୁପ ରହିଥିବା ବେଳେ ଅନେକ ଅଭିନେତା ଅଭିନେତ୍ରୀ ତନୁଶ୍ରୀଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । ପ୍ରିୟଙ୍କା ଚୋପ୍ରା, ପରିଣିତି ଚୋପ୍ରା, ରବିନା ଟଣ୍ଡନଙ୍କ ଭଳି ଅଭିନେତ୍ରୀମାନେ ପରୋକ୍ଷରେ ତନୁଶ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି ।
ରବିନା ଟଣ୍ଡନ ଟ୍ୱିଟ କରି କହିଛନ୍ତି କି, କିଛି ଅଭିନେତା ଆଶାଳୀନ ବ୍ୟବହାର କଲା ପରେ ସେମାନଙ୍କ ସ୍ତ୍ରୀ ଓ ଗାର୍ଲଫ୍ରେଣ୍ଡମାନେ ନୀରବ ଦର୍ଶକ ସାଜିବାକୁ ବାଧ୍ୟ ହୋଇଥାନ୍ତି । ଡିମ୍ପଲ କାପଡିଆ, ରେଣୁକା ସାହାଣେଙ୍କ ଭଳି ଅଭିନେତ୍ରୀମାନେ କହିଛନ୍ତି କି, ଅଭିନୟ ଦିଗରୁ ନାନା ଅତୁଳନୀୟ । ମାତ୍ର ବ୍ୟକ୍ତିଗତ ଭାବେ ତାଙ୍କ ବ୍ୟବହାର ବହୁତ ରୁକ୍ଷ । ଏକଥା ବଲିଉଡର ପ୍ରାୟ ସମସ୍ତେ ଜାଣନ୍ତି । ଏମାନଙ୍କ ପରେ ‘ସୁଇଧାଗା’ର ଅଭିନେତା ବରୁଣ ଧୱନକହିଛନ୍ତି କି, ତନୁଶ୍ରୀଙ୍କ ସାହାସକୁ ମାନିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଖାଲି ମହିଲା କାହିଁକି?ପୁରୁଷ ଶିଶୁ ସମସ୍ତଙ୍କ ପ୍ରତି ସମସ୍ତଙ୍କ ପ୍ରତି ସମ୍ମାନ ରହିବ ଉଚିତ୍ । ଆଉ ଅସମ୍ମାନିତ ହେଲେ ହେି ଯଦି ଏକୁଟିଆ ପ୍ରତିବାଦ ଜଣାନ୍ତି ତେବେ ତାଙ୍କୁ ସମର୍ଥନ ଜଣାଇବା ଆବଶ୍ୟକ ।