Tue. Mar 10th, 2026

ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡ଼ାଇଲେ ଗ୍ରାମବାସୀ

201 Views

ନବରଙ୍ଗପୁର :  ଗୁଣିଗାରେଡି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରେ।  ଅଭିଯୋଗ ଅନୁସାରେ କିଛି ଦିନ ତଳେ ଗାଁର କିଛି ଲୋକଙ୍କ  ଗାଇ, ଛେଳି ଓ ମେଣ୍ଢା ପ୍ରାଣ ହରାଇଥିଲ।

ତେବେ ଗୁଣି ଗାରେଡି ସନ୍ଦେହରେ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ବନମାଳୀ ଜାନି ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ଟାର୍ଗେଟ କରିଥିଲେ।  ପରେ ପରିବାରର ସମସ୍ତେ ଘରେ ଥିବା ସମୟରେ ଗାଁର ୫ ଜଣ ସଦସ୍ୟ ଘରୁ ଜବରଦସ୍ତ ଟାଣି ଆଣି ତତଲା ଗୋବର ପାଣିରେ ହାତ ବୁଡାଇ ଦେଇଥିଲେ।

ଏଥିରେ ବନମାଳୀଙ୍କ ସହ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ନବରଙ୍ଗପୁର ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post