Thu. Jan 23rd, 2025

ଢେଙ୍କାନାଳ ଯୁବକ ଗୁଜରାଟରେ ମୃତ : ମୃତ ଦେହ ଫେରାଇ ଆଣିବାକୁ ପ୍ରଶାସନର ସହାୟତା ଲୋଡିଲା ପରିବାର

187 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ସିମିନଈ ଗ୍ରାମର ପପୁ ରାଉତ ଗୁଜୁରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ବିଦ୍ୟୁତ୍ ଆଘାତରେ ତାର ମୃତ୍ୟୁ ଘଟିଥିବାର ଜଣାପଡିଛି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖ୍ଳେିଯାଇଛି ।ଅହମବାଦରେ ଥିବା କୋରିଅର ପ୍ଲାଷ୍ଟିକ୍ କାରଖାନାରେ କାର୍ଯ୍ୟକରିବା ପାଇଁ ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା,ଇନ୍ଦିପରୁ,ଛାଟିଆର ୨୦ ଜଣ ଯୁବକଙ୍କ ସହିତ ସିମିନଈ ଗ୍ରାମର ସ୍ୱର୍ଗତ ହୃଦାନନ୍ଦ ରାଉତଙ୍କ ସାନ ପୁଅ ପପୁ ରାଉତ(୨୧) ଆଇଟିଆଇ ପାଠ୍ୟକ୍ରମ ସାରି ଗତ ୨ ମାସ ତଳେ ଗୁଜୁରାଟ ଯାଇଥିଲା ।

ସେଠାରେ କୋରିଅର ପ୍ଲାଷ୍ଟିକ କାରଖାନାରେ କାର୍ଯ୍ୟକରୁଥିବା ବେଳେ ମଙ୍ଗଳବାର ମଧ୍ୟ ରାତ୍ରରେ ପପୁର ମୃତ୍ୟୁ ଘଟଥିଲା  । ଏହି ଦୁର୍ଘଟଣା ପରେ ତାର ସାଙ୍ଗମାନେ ମୋବାଇଲ ଦ୍ୱାରା ପରିବାରକୁ  ଜଣାଇଥିଲେ ।ଏହି ମୃତ ଖବର ପ୍ରସାରିତ ହେବା ପରେ  ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ଯେଉଁଠାରେ କାର୍ଯ୍ୟକରୁଥିଲେ ପପୁର ମୃତ ଦେହ କାରଖାନାରେ ଥିବା ଏକ ମେସିନ ନିକଟରେ ପଡିଥିବାର ସୂଚନା ମିଳିଛିି । ପପୁର ବାପା ଗତ ୬ମାସ ତଳେ ମୃତ୍ୟୁବରଣ କରିଥିବା ବେଳେ ପରିବାର ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ପରିବାର ତରଫରୁ ଅହମଦାବାଦ ଯାଇ ପପୁର ଶବ କିପରି ଆଣିବେ ଏବେ ଚିନ୍ତାରେ ପଡିଥିବାଳେ ସଂପୃକ୍ତ କାରଖାନାର ମାଲିକ ଟାଳଟୁଳ ନିତୀ ଅବଲମ୍ବନ କରୁଥିବାର ଜଣାପଡିଛି ।

ଏହାକୁ ନେଇ ପରିବାର ତରଫରୁ ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଏବଂ ପରିବାର ମିଳିତ ଭାବେ  ମୃତ ଦେହ ଆଣିବାପାଇଁ ପ୍ରଶାସନର ସହାୟତା ଲୋଡିଥିଲେ  । ପପୁ କାର୍ଯ୍ୟରତ ଥିବା ବେଳେ ତାର ମୃତ୍ୟୁଘଟିଥିବାରୁ ତାଙ୍କୁ କାରଖାନା ତରଫରୁ କ୍ଷତି ପୂରଣ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏହି ମୃତ୍ୟୁକୁ ନେଇ ତାର ମାଆ ଶାନ୍ତି ରାଉତ ସମ୍ପୁର୍ଣ୍ଣ ଭାଙ୍ଗିପଡିଥିବାର ଜଣାପଡିଛି । ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରି ତାଙ୍କୁ ସାହାଯ୍ୟ ନିମନ୍ତେ ଗ୍ରାମବାସୀମାନେ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିିକ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତିି । ମୃତ ପପୁକୁ ସାଙ୍ଗମାନେ ଏକ ଆମ୍ବୁଲାନସ୍ ଯୋଗେ ସିମିନଈ ଆଣୁଥିବାର ଜଣାପଡିଛି ।

Related Post