Mon. Mar 9th, 2026

ଡ.ପ୍ରକାଶ ପଟ୍ଟନାୟକଙ୍କୁ ନାଟୋ-ଏଭିଟି ପୁରସ୍କାର

273 Views

ଭୁବନେଶ୍ୱର , ଜାନୁଆରୀ ୬ : କାନାଡ଼ାର ଜାତୀୟ ଅନୁସନ୍ଧାନ ପରିଷଦରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକ ଡ. ପ୍ରକାଶ ପଟ୍ଟନାୟକଙ୍କୁ ନାଟୋ ପକ୍ଷରୁ ୨୦୧୮ ବର୍ଷ ପାଇଁ ଆପ୍ଲାଏଡ୍‍ ଭେଇକିଲ୍‍ ଟେକ୍ନୋଲୋଜି (ଏ.ଭି.ଟି.) ପାନେଲ୍‍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଅସାଧାରଣ ବୈଜ୍ଞାନିକ ଯୋଗଦାନ ତଥା ଦୀର୍ଘ ସମୟ ଧରି ନିରନ୍ତର ବିଜ୍ଞାନସେବା ପାଇଁ ତାଙ୍କୁ ଏହି ଅର୍ନ୍ତଜାତୀୟ ପୁରସ୍କାର ମିଳିଥିବା ଜଣାପଡ଼ିଛି। ଗତ ଡିସେମ୍ୱର ୧୩ ତାରିଖ ଦିନ ଗ୍ରିସ୍‍ର ଏଥେନ୍‍ସ ଠାରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ବର୍ତମାନ କାନାଡ଼ା ଜାତୀୟ ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଏରୋେସ୍ପସ୍‍ ଅନୁସନ୍ଧାନ କେନ୍ଦ୍ର, ଓଟାୱାରେ ପ୍ରମୁଖ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ଶ୍ରୀ ପଟ୍ଟନାୟକ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ନିଟ୍‍, ରାଉରକେଲା ଏବଂ ଆଇ.ଆଇ.ଟି ଖଡ଼ଗପୁର ଠାରେ ଉଚ୍ଚଶିକ୍ଷା ଲାଭ ପରେ ଅଧିକ ଗବେଷଣା ପାଇଁ କାନାଡ଼ା ଯାଇଥିଲେ। ଅର୍ନ୍ତଜାତୀୟ ବିଜ୍ଞାନ ପତ୍ରିକାରେ ତାଙ୍କର ୧୪୦ରୁ ଅଧିକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଥିବା ଜଣାପଡ଼ିଛି।

By amfnews

Related Post