Fri. Mar 6th, 2026

ଡ୍ରଗ୍ସ ମାମଲାରେ ଅଭିନେତ୍ରୀଙ୍କୁ ଜେରା କରିଥିବା ଏନସିବି ଅଧିକାରୀ କରୋନା ସଂକ୍ରମିତ

215 Views

ମୁମ୍ବାଇ, ଅକ୍ଟୋବର ୦୪ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡେପୁଟି ଡାଇରେକ୍ଟର କେପିଏସ୍ ମାଲହୋତ୍ରା କରୋନା ସଂକ୍ରମିତ ହୋଇଛନ୍ତି। ମାଲହୋତ୍ରା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିଲେ। କରୋନା ଭୂତାଣୁ ସଂକ୍ରମିତ ହେବା ପରେ ମାଲହୋତ୍ରା ମୁମ୍ବାଇରୁ ଦିଲ୍ଲୀ ଫେରିଛନ୍ତି।

ପ୍ରକାଶ ଥାଉ ଯେ ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କରେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ଏନସିବି ରାଡାରରେ ଅଛନ୍ତି। ନିକଟରେ ବ୍ୟୁରୋ ରାକୁଲପ୍ରୀତ ସିଂ, ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଡକାଇଥିଲା।

ସୂଚନାଯୋଗ୍ୟ, ଏନସିବିର ଏସଆଇଟି ଦଳ ଦ୍ୱାରା ଦୀପିକାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ଦଳର ନେତୃତ୍ୱ ନେଉଛନ୍ତି କେପିଏସ୍ ମାଲହୋତ୍ରା। ସେପ୍ଟେମ୍ବର 26ରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା।

By amfnews

Related Post