Tue. Jan 28th, 2025

ଡୋନାଲ୍ଡ ଟ୍ରମ୍ପଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ, ଫ୍ଲୋରିଡାରେ ନିର୍ବାଚନ ରାଲି ଆରମ୍ଭ

By amfnews Oct 13, 2020 #Featured
155 Views

ୱାଶିଂଟନ, ଅକ୍ଟୋବର ୧୩ : ଆମରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଭାଇରସ ରିପୋର୍ଟ ନେଗେଟିଭ ଆସିଛି । ହ୍ୱାଇଟ ହାଉସର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି । ଏଥି ସହିତ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଯିବା ପରେ ଟ୍ରମ୍ପ ନିର୍ବାଚନ ଆରମ୍ଭ ପୁଣି ଥରେ ଆରମ୍ଭ କରିଦେଇଛନ୍ତି । ସେ ଫ୍ଲୋରିଡାରେ ରାଲି କରୁଛନ୍ତି ।

ହ୍ୱାଇଟ ହାଉସ ଡାକ୍ତର ସୀନ କର୍ଣ୍ଣେଲେ ଟ୍ରମ୍ପଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଏବେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ କାହାରିକୁ ସଂକ୍ରମଣ ବିପଦ ନାହିଁ । ସୀନ ପ୍ରେସ ସଚିବ କାୟଲେ ମ୍ୟାନେନୀଙ୍କୁ ଏସଂପର୍କରେ ଲିଖିତ ସୂଚନା ଦେଇଛନ୍ତି । ସଂକ୍ରମରୁ ସୁସ୍ଥ ହେବା ପରେ ଏବେ ଟ୍ରମ୍ପ ନିର୍ବାଚନ ଅଭିଯାନ ଆରମ୍ଭ କରିଦେଇଛନ୍ତି ।

ସୀନ କର୍ଣ୍ଣେଲେ କହିଛନ୍ତି, ଲଗାତାର ନେଗେଟିଭ ଆଣ୍ଟିଜେନ ଟେଷ୍ଟ, କ୍ଲିନିକାଲ ଓ ଲ୍ୟାବ୍ରୋରେଟ୍ରି ଡାଟା, ଆରଏନଏ ଓ ପିସିଆର କରୋନାରେ ପ୍ରତିରୋଧକ ବିକାଶ କରି ନେଇଥିବା ମଧ୍ୟ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଉ ୩ ସପ୍ତାହ ପରେ ହେବ । ଡୋନାଲ୍ଡ ଟ୍ରମ୍ପ ନିଜର ବିପକ୍ଷ ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନକୁ ମୁକାବିଲା କରୁଛନ୍ତି । ଏଥି ପାଇଁ ଟ୍ରମ୍ପ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

By amfnews

Related Post