Tue. Mar 10th, 2026

ଡୋଡାରେ ଭାରତୀୟ ସେନାର ଏନକାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିପାତ

220 Views

ଶ୍ରୀନଗର: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ବୁଧବାର ଭାରତୀୟ ସେନା କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଏନକାଉଣ୍ଟରେ ନିପାତ କରିଛି।  ନିହତ ଆତଙ୍କବାଦୀର ନାଁ ହାରୁନ୍ ହଫାଜ ବୋଲି ଭାରତୀୟ ସେନା ପକ୍ଷରୁ ଆଧିକାରୀକଭାବେ ଘୋଷଣା କରାଯାଇଛି।

ସେନାର ପ୍ରବକ୍ତା ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି କି, ଡୋଡା ଜିଲ୍ଲାକୁ ଆତଙ୍କବାଦୀମାନେ ପଶି ଆସିଥିବାର ଖବର ମିଳିବା ପରେ ଆମେ ଅନୁସନ୍ଧାନ ଆରମ୍ଭ କରିଥିଲୁ। କମ୍ବିଂ ଅପରେସନ୍ ପରେ ଆମକୁ ମିଳିଥିବା ସୂଚନା ସତ ବୋଲି ପ୍ରମାଣ ହେବା ସହ ଲୁଚି ଥିବା ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କବାଦୀ ହାରୁନ୍ ହଫାଜ ପ୍ରାଣ ହରାଇଛି।

Image result for jammu-kashmir-hizbul-mujahideen-s-top-terrorist-killed-by-security-forces-encounter-doda

ଉଲ୍ଲେଖଯୋଗ୍ୟ,  ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବଢ଼ି ଯାଇଥିଲା। ଅନେକ ଥର ଅ‌ାକ୍ରମଣର ଉଦ୍ୟମ ମଧ୍ୟ କରାଯାଇଥିବା ବେଳେ ତାହାକୁ ଭାରତୀୟ ସେନା ବିଫଳ କରିଥିଲା। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯିବା ସହ ତାକୁ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ହିଂସା ସୃଷ୍ଟି ଆଶଙ୍କାରେ ଜମ୍ମୁ-କଶ୍ମୀରରୁ ମୋବାଇଲ୍‌ ଫୋନ୍‌ ସେବା ଓ ଇଣ୍ଟରନେଟ୍‌ ସେବା ଅଚଳ କରି ଦିଆଯାଇଥିଲା। ପରେ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରରୁ ଜମ୍ମୁ-କାଶ୍ମୀରରେ ଏସ୍‌ଏମ୍‌ଏସ୍‌ ଏବଂ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା।

By amfnews

Related Post