Fri. Mar 6th, 2026

ଡେଲି ମାର୍କେଟ୍‌ରେ ଗୁଳିକାଣ୍ଡ; ବ୍ୟବସାୟୀ ଆହତ

258 Views

ସମ୍ବଲପୁର : ପୂର୍ବ ଶତ୍ରୁତା ଓ ବଚସାକୁ କେନ୍ଦ୍ର କରି ସମ୍ବଲପୁର ବୁଢ଼ାରଜା ଡେଲି ମାର୍କେଟ୍‌ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ମଣ୍ଟୁ ପୋଢ଼ ନାମକ ଜଣେ ପରିବା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ଅଭିଯୁକ୍ତ ସିରିଆ ଜେନାକୁ ଅଇଁଠାପାଲି ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।ମିଳିଥିବା ସୂଚନା ଅନୁସାରେ, କୌଣସି କଥାକୁ କେନ୍ଦ୍ର କରି ସିରିଆ ଓ ମଣ୍ଟୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସିରିଆ ଏକ ଦେଶୀ ବନ୍ଧୁକରେ ମଣ୍ଟୁ ଉପରକୁ ଗୁଳି ଚଳାଇଥିଲା।

By amfnews

Related Post