Sun. Mar 8th, 2026

ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲରର ପରିଚୟ ଦେଇ ଲୁଟି ନେଲେ

209 Views

ଉମରକୋଟ : ନିଜକୁ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର ବୋଲି ପରିଚୟ ଦେଇ ଏକ ହୋମିଓ କ୍ଲିନିକ ମାଲିକଠାରୁ ଲକ୍ଷେ ଟଙ୍କା ଲୁଟି ନେଲେ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥିବା ନିରାମୟା ହୋମିଓ କ୍ଲିନିକରୁ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ନିରାମୟା ହୋମିଓ କ୍ଲିନିକରେ ପହଞ୍ଚିଥିଲେ। ସେ ନିଜକୁ ଭୁବନେଶ୍ୱରର ଡ୍ରଗ୍ସ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ। ପରେ କ୍ଲିନିକରେ ବହୁ ଅନିୟମିତତା ହେଉଥିବା ଦର୍ଶାଇ ୫ ଲକ୍ଷ ଟଙ୍କା ଫାଇନ୍ କରିଥିଲେ। ଏହାସହ କ୍ଲିନିକ ମାଲିକ ଡାକ୍ତର ପଞ୍ଚାନନ ମିଶ୍ରଙ୍କୁ ଧମକଚମକ ଦେଇଥିଲେ। ପରେ କ୍ଲିନିକ ମାଲିକଙ୍କଠାରୁ ଲକ୍ଷେ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ। ଠକ ଡ୍ରଗ୍ସ ଅଫିସରଙ୍କ କଳା କାରନାମା କ୍ଲିନିକରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ କ୍ଲିନିକ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post