Sat. Mar 7th, 2026

ଡେଡ୍‌ ଲାଇନ୍‌ରେ ପିଟି ହେଲା ଟ୍ରେନ୍‌

164 Views

ଗୁଣୁପୁର : ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ଗତକାଲି ରାତିରେ ଗୁଣୁପୁର ଷ୍ଟେସନ ପାଖରେ ଏକ ଡେଡ୍ ଲାଇନକୁ ଧକ୍କା ଦେଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଆଉ ଏକ ଇଞ୍ଜିନ ଆସି ଲାଗିବା ପରେ ଟ୍ରେନ୍‌ଟି ବିଳମ୍ବିତ ରାତିରେ ପଲାସା ଅଭିମୁଖେ ଯାଇଥିଲା।

ସୂଚନା ଅନୁଯାୟୀ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ଗତକାଲି ରାତି ୮ଟା୩୦ରେ ଗୁଣୁପୁର ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ ସେଥିରେ ବିଳମ୍ବ ହୋଇଥିଲା। ଉକ୍ତ ଷ୍ଟେସନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ଇଞ୍ଜିନ୍‌ ଡେଡ୍‌ ଲାଇନ୍‌ରେ ପିଟି ହୋଇଯାଇଥିଲା। ଫଳରେ ଆଉ ଏକ ଇଞ୍ଜିନ୍‌ ସଂଯୋଗ ହେବା ପରେ ଟ୍ରେନ୍‌ଟି ରାତି ପ୍ରାୟ ୧ଟା ପରେ ପଲାସା ଅଭିମୁଖେ ବାହାରିଥିଲା।

By amfnews

Related Post