Thu. Dec 26th, 2024

ଡିସେମ୍ବର ୧୬ରେ ପୁରୁପଲ୍ଲୀଙ୍କ ହାତ ଧରିବେ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ସାଇନା ନେହେୱାଲ

By amfnews Oct 9, 2018 #Featured
156 Views

ନୂଆଦିଲ୍ଲୀ, ଅକ୍ଟୋବର ୦୯ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହେୱାଲ ଅଫିସିଆଲ ଭାବେ ଘୋଷଣା କରିଛନ୍ତି ଯେ, ସେ ଆଗାମୀ ଡିସେମ୍ବର ୧୬ରେ ସଟଲର ପୁରୁପଲ୍ଲୀ କଶ୍ୟପଙ୍କୁ ବିବାହ କରିବେ । ସାଇନା କହିଛନ୍ତି, ପ୍ରିମିୟର ବ୍ୟାଡମିଣ୍ଟନ ଲିଗ ପାଇଁ ମୁଁ ଡିସେମ୍ବର ୨୦ରୁ ବ୍ୟସ୍ତ ରହିବ । ଏହା ପରେ ଟୋକିଓ ଗେମ ଆରମ୍ଭ ହୋଇଯିବ । ସେଥିବାଇଁ ଡିସେମ୍ବର ୧୬ ହେଉଛି ଏକ ମାତ୍ର ସମୟ, ଯେଉଁ ଦିନ କି ବିବାହ କରିହେବ ବୋଲି ସାଇନା କହିଛନ୍ତି । ଦୀର୍ଘ ୧୧ ବର୍ଷ ସଂପର୍କରେ ରହିବା ପରେ ପୁରୁପଲ୍ଲୀଙ୍କୁ ଜୀବନ ସାଥୀ ରୂପେ ବାଛିନେଇଛନ୍ତି ସାଇନା । ଆମେ ସମୟକୁ ଠିକ ଭାବରେ ବ୍ୟବହାର କରିଛୁ । ଆମ ସାଥୀରେ ଅଭିଭାବକ ମଧ୍ୟ ଯାଇଛନ୍ତି । ତେଣୁ ଆମ ୨ ଜଣଙ୍କ ମନକଥାକୁ ପରିବାର ଲୋକେ ବୁଝିଛନ୍ତି ବୋଲି ସାଇନା କହିଛନ୍ତି ।

ସାଇନା କହିଛନ୍ତି, ଆମର ସଂପର୍କର ଯାତ୍ରା ୨୦୦୭ରୁ ଆରମ୍ଭ ହୋଇଥିଲା । ଆମେ ଅନେକ ଟୁର୍ଣ୍ଣାମେଣ୍ଟ ଏକାଠି ଖେଳିଛୁ । ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ଜଣକୁ ବିଶ୍ୱସ୍ତ ଭାବରେ ବାଛିବା ସହଜ ନୁହେଁ, ମାତ୍ର ଆମ ୨ଜଣଙ୍କ ଜୀବନରେ ସେମିତି ଅନୁଭବ ହୋଇ ନାହିଁ ।

By amfnews

Related Post