169 Views
ରାଉରକେଲା, ୧୮/୭ : କଂଗ୍ରେସ କାର୍ଯ୍ୟାଳୟରେ ସହରର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କୁ ସାକ୍ଷାତ କରିଛନ୍ତି । ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଶ୍ୟାମ ବଡ଼ାଇକ, ଫରଡ଼ୁ ସୁନା, ଶାନ୍ତି ଫିରେଇିଙ୍କ ନେତୃତ୍ୱରେ ଉକ୍ତ ନିର୍ମାଣ ଶ୍ରମିକମାନେ ସେମାନଙ୍କ ନିର୍ମାଣ କାର୍ଡ଼ ଥିବା ସତ୍ତେ୍ୱ କୌଣସି ପ୍ରକାର ସୁବିଧା ମିଳୁନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଏ ସମ୍ପର୍କରେ ଶ୍ରୀ ରାୟ ଖୁବ୍ଶୀଘ୍ର ଜିଲ୍ଲା ଶ୍ରମି ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଅବଗତ କରାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ବାସୁଦେବ ବାନାର୍ଜୀ, ଭାସ୍କର ଖିଲାର, ସୋମନାଥ ପଣ୍ଡା, ରମେଶ ଗୁପ୍ତାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।