ସୂଚନାନୁଯାୟୀ, ୨କିଲୋରୁ ଅଧିକ ଓଜନ ଥିବା ଡ୍ରୋନ ଚାଳନା ପାଇଁ ୨୫ହଜାର ଟଙ୍କାର ଲାଇସେନ୍ସ କରିବାକୁ ପଡିବ । ସେହି ସମୟରେ ଏହାକୁ ରିନିଉ କରିବା ପାଇଁ ୧୦ହଜାର ଟଙ୍କା ପୈଠ କରିବାକୁ ପଡିବ । ଏହାକୁ ଚଳାଉଥିବା ବ୍ୟକ୍ତି ଡିଜିସିଏ ଠାରୁ ମାନ୍ୟତା ପ୍ରାପ୍ତ କରିଥିବା ନିହାତି ଆବଶ୍ୟକ । ଦେଶର ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିୟମ ପ୍ରସ୍ତୁତ କରା ଯାଇଛି । ତେବେ ଡ୍ରୋନ ଚାଳକକୁ ପ୍ରଥମେ ୟୁଆଇଏନ ନେବାକୁ ପଡିବ । ଡିଜିସିଏ ଆରପିଏଏସକୁ ୫ଟି ଶ୍ରେଣୀରେ ବିଭକ୍ତ କରିଛି । ଯେମିତିକି ୨୫୦ ଗ୍ରାମକୁ ନୈନୋ, ୨୫୦ ଗ୍ରାମରୁ ୨କିଲୋ ମାଇକ୍ରୋ, ୨କିଲୋରୁ ୨୫କିଲୋ ସ୍ମଲ, ୨୫ରୁ ୧୫୦ କିଲୋ ମିଡିଅମ, ଏବଂ ୧୫୦ କିଲୋରୁ ଅଧିକ ଲାର୍ଜ ।
ଡିଜିସିଏର ମୁଖ୍ୟ ବିଏସ ଭୁଲ୍ଲର କହିଛନ୍ତି କି, ଆରପିଏଏସ ପାଇଁ ଡିଜିସିଏରୁ ଇନପୁଟ କ୍ଲିୟରାନ୍ସ ଏବଂ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟରୁ ଇନପୁଟ ଲାଇସେନ୍ସ ନେବା ଆବଶ୍ୟକତା ରହିଛି । ଏହାପରେ ୟୁଆଇଏନ ପାଇଁ ଆବେଦନ କରିବାକୁ ପଡିବ । ଯେଉଁମାନେ ଏହି ଡ୍ରୋନକୁ ଚଳାଇବାକୁ ଚାହୁଁଛନ୍ତି ସେମାନଙ୍କର ବୟସ ୧୮ ବର୍ଷ ଉଦ୍ଧ୍ୱର୍ ହୋଇଥିବା ଆବଶ୍ୟକ ଏବଂ ୧୦ ଶ୍ରେଣୀରେ ଇଂରାଜୀରେ ପାସ୍ ହୋଇଥିବା ଜରୁରୀ । ଏହାପରେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଠାରୁ ସିକ୍ୟୁରିଟି କ୍ଲିୟରାନ୍ସ ମଧ୍ୟ ନେବାକୁ ପଡିବ ।