Fri. Mar 6th, 2026

ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଲେ କମିସନରେଟ ପୁଲିସର ୮ ଜଣ ଇନ୍‌ସ୍ପେକ୍ଟର

201 Views

କଟକ , ଜାନୁଆରୀ 31 : ଆଜି କମିସନରେଟ ପୁଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଉଛନ୍ତି କଟକ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ।ଏହି ପଦୋନ୍ନତି ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି । ଯାହାଫଳରେ ଖୁବ ଶୀଘ୍ର ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ ବସିବାକୁ ଯାଉଛି। ଏହି ବୋର୍ଡରେ ଏସଆଇମାନେ ଇନସ୍ପେକ୍ଟର ପଦବିକୁ ପଦୋନ୍ନତି ପାଇବାକୁ ଯାଉଛନ୍ତି।

By amfnews

Related Post