Fri. Mar 6th, 2026

ଡାହାଣୀ ସନ୍ଦେହରେ ୫ ଜଣଙ୍କୁ ହତ୍ୟା ମାମଲା ଆଉ ଜଣେ ଗିରଫ

426 Views

ବଣାଇଁଗଡ଼, ଜାନୁଆରୀ ୩୧ : କୋଇଡା ଥାନା ଅନ୍ତର୍ଗତ ବଡଇନ୍ଦିପୁର ଗ୍ରାମରେ ଡାହାଣୀ ସନ୍ଦେହରେ ଗୋଟିଏ ପରିବାର ୫ ଜଣଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଆଉ ଜଣେ ହତ୍ୟାକାରୀ ଧରାପଡ଼ିଛି। ଗିରଫ ହତ୍ୟାକାରୀ ସୁନିଲ ସାୟା(୨୦) ମୟୁରଭଞ୍ଜ ଜିଲ୍ଲା ଘାଗରାବେଡା ଗ୍ରାମର ମୂଳବାସିନ୍ଦା। ଗତ କିଛି ବର୍ଷ ହେଲା ସେ କୋଇଡ଼ାର ରେଙ୍ଗାଳବେଡାରେ ରହି ଆସୁଥିଲା। ଆଜି ତାଙ୍କୁ ବଣାଇଁ କୋର୍ଟ ଚାଲାଣ କରାଯାଇଛି।
ଡାହାଣୀ ସନ୍ଦେହ ଗଣହତ୍ୟାକାଣ୍ଡରେ ଙ୍କୁ ଗ୍ରାମବାସୀ ଏକପ୍ରକାର ବାସନ୍ଦସୁନିଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣିଆର ଅନ୍ଧବିଶ୍ବାସ ଓ କୁସଂସ୍କାରପୂର୍ଣ୍ଣ କଥାକୁ ସେ ଉଚିତ ବୋଲି କହି ଗ୍ରାମର ନିରୀହ ଆଦିବାସୀଙ୍କ ମନରେ ସନ୍ଦେହ ଜନ୍ମାଇଥିଲା। ଏଥିପାଇଁ ଗତ କିଛି ମାସ ହେଲା ମାଙ୍ଗିର ମୁଣ୍ଡା (୩୦) ଓ ତାଙ୍କ ପରିବାର ସଦସ୍ୟ ଗାଁରୁ ଏକପ୍ରକାର ବାସନ୍ଦ ଅବସ୍ଥାରେ ଥିଲେ। ହତ୍ୟାକାଣ୍ଡ ଦିନ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲା। କୋଇଡା ପୁଲିସ ମୟୂରଭଞ୍ଜସ୍ଥିତ ତାଙ୍କ ଗାଁରେ ଚଢଉ କରି ତାଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଗ୍ରାମର ଡେବ୍ରା ମୁଣ୍ଡା ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗୁଣିଆ ପ୍ରରୋଚନାରେ ମାଙ୍ଗିରୀ ସମେତ ତାଙ୍କର ୪ ସନ୍ତାନ ତୁଳସୀ, ଟେକଲା, ଚାମଲା ଓ ରଇବାରୀକୁ ହତ୍ୟା କରାଯାଇଥିଲା।

By amfnews

Related Post