ରାଉରକେଲା, ୯ା୯ : ଝଗରପୁର ସ୍ଥିତ ଡାଲମିଆ ପ୍ରାଇଭେଟ୍ ଆଇଟିଆଇରେ ୨୦୧୮-୧୯ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏଥିରେ ଓସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ନେଇ ଉନ୍ନତି କାମନା କରିଥିଲେ ।
ଏହାକୁ ପାଥେୟ କରି ଆଗକୁ ବଢିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସରୋଜ କୁମାର ରାଉତ, ଲୋକେଶ କୁମାର ବାହେଟି, ପ୍ରକାଶ ଅଗ୍ରୱାଲ, ସୁଧୀର ରଞ୍ଜନ ମହାନ୍ତି, ଡ.ଭଗିରଥ ମିଶ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ରାଜେନ୍ଦ୍ର କୁମାର ପରିଡା ଓ ପ୍ରଶାନ୍ତ କୁମାର ଚୌଧୁରୀ ସଭାରେ ଯୋଗଦାନ କରିଥିଲେ ।
ଆଇଟିଆଇ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ସ୍ୱାଗତ ଅଭିଭାଷଣ ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୂଲ୍ୟବୋଧ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନା ସଭାରେ ୨୩୬ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ୨୦୦ ଅଭିଭାବକମାନେ ଯୋଗ ଦେଇଥିବା ବେଳେ ସମସ୍ତ କର୍ମଚାରୀ ବୃନ୍ଦ ସଭାକାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ ।