Sun. Mar 8th, 2026

ଡାବୁଗାଁ ସଂରକ୍ଷିତ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଜଣେ ଗିରଫ

200 Views

ଡାବୁଗାଁ: କୋରାପୁଟ ଜିଲ୍ଲାର ଡାବୁଗାଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ କାଠ ଚୋରୀ ଅଭିଯୋଗରେ ଡାବୁଗାଁ ବନ ବିଭାଗ ତରଫରୁ ଜଣକୁ ଗିରଫ କରାଯାଇଛି। ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଡାବୁଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ଡାବୁଗାଁର କଳା ସୁନ୍ଦର ଗୌଡ (୪୫ ) ଜଙ୍ଗଲ ମଧ୍ୟରୁ ୧୬ଟି ଶାଗୁଆନ ଓ ଶାଳ ଗଛର ବଳା କାଟି ରଖିବା ସହ ବଳାଗୁଡ଼ିକୁ ନେବାକୁ ଉଦ୍ୟତ ହେଉଥିବା ସମୟରେ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ଡାବୁଗାଁ ବନ ବିଭାଗର ବନରକ୍ଷୀ ମନୋରଞ୍ଜନ ନାୟକ, ପ୍ରକାଶ ସରକାର ଓ କୁନ୍ତଳା ଖୁରା ପ୍ରମୁଖ ଦେଖିଥିଲେ। ବେଆଇନ ଭାବେ ଜଙ୍ଗଲ ମଧ୍ୟରୁ ଗଛ କାଟି ବୋଳା ନେଉଥିବା ଅଭିଯୋଗରେ କଳା ସୁନ୍ଦର ଗୌଡକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

By amfnews

Related Post