Sat. Mar 7th, 2026
204 Views

ସୋନପୁର : ସୋନପୁର ଥାନା କଳାପଥର ଗ୍ରାମର ଡାକପିଅନ ଶତ୍ରୁଘ୍ନ ଷାଣ୍ଢ(୫୫)ଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ କାଳାପଥର ଗ୍ରାମର ଶତ୍ରୁଘ୍ନ କଳାପଥର ଡାକଘରେ ପିଅନ ଭାବରେ କାମ କରନ୍ତି। ପ୍ରତିଦିନ ଭଳି ବୁଧବାର ଭୋର ୩ଟା ସମୟରେ କଳାପଥର ପତରା ଜଙ୍ଗଲରେ ଥିବା ଚେକଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ସମୟରେ କଳାପଥର ପତରା ଜଙ୍ଗଲରେ ଶତ୍ରୁଘ୍ନଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏକ ଧରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ଶତ୍ରୁଘ୍ନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ମୃତ ଶତୃଘ୍ନଙ୍କର ଅନ୍ତବୁଜୁଳା ମଧ୍ୟ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି। ଏପରିକି ହତ୍ୟାକରୀ ଶତ୍ରୁଘ୍ନଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦେବା ପାଇଁ ଉଦ୍ୟମ କରିଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏସଡିପିଓ ମିହିର ପଣ୍ଡା ଏବଂ ଆଇଆଇସି ଲୋକେଶ୍ବର ସାହୁ ସାଇଣ୍ଟିଫିକ ଟିମ ଏବଂ ଡଗସ୍କ୍ବାଡ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ଶତ୍ରୁଘ୍ନଙ୍କ ପୁଅ ଗୁରୁଦେ‌ବ ଷାଣ୍ଢ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ଲୋକେଶ୍ବର ସାହୁ ସୂଚନା ଦେଇଛନ୍ତି।

By amfnews

Related Post