Tue. Dec 24th, 2024

ଡାକ୍ତରଙ୍କ ଅବହେଳାରୁ ୭ମାସ ଶିଶୁର ମୃତ୍ୟୁ

By amfnews Oct 30, 2018 #Featured
187 Views

କେନ୍ଦୁଝର, ଅକ୍ଟୋବର ୩୦: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ଡାକ୍ତରଙ୍କ ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଶିଶୁଟି ଗୁରୁତର ହେବା ସମୟରେ ଡାକ୍ତରଙ୍କୁ ଡକା ଯାଇଥିବାବେଳେ ସେ ଆସି ନ ଥିବାରୁ ଆଜି ସକାଳୁ ଶିଶୁଟି ଆଖି ବୁଜିଥିଲା ।

ଗତକାଲି ଏହି  ୭ ମାସର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଚମ୍ପୁଆ କେନ୍ଦୁଝରରୁ ଅଣାଯାଇଥିଲା । ବିଳମ୍ବିତ ରାତିରେ ଶିଶୁଟିକୁ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେହି ସମୟରେ ମେଡିକାଲରେ ଡାକ୍ତର ଅନୁପସ୍ଥିତ ଥିଲେ ।  ଡାକ୍ତରଙ୍କ ବାସଭବନକୁ ଯାଇ ଶିଶୁର ପରିବାର ଲୋକେ ଡାକ୍ତରଙ୍କୁ ଡାକି ଥିଲେ ମଧ୍ୟ ସେ ଶୁଣି  ନ ଥିଲେ । ଦୀର୍ଘ ସମୟ ଧରି ଶିଶୁଟିର ଚିକିତ୍ସା ନ ହୋଇ ପାରିବାରୁ ଆଜି ସକାଳେ ଶିଶୁପୁତ୍ରଟି ପ୍ରାଣ ହରାଇଥିଲା । ଚିକିତ୍ସା ଅବହେଳାରୁ ଶିଶୁପୁତ୍ରଟି ପ୍ରାଣ ହରାଇଥିବାରୁ ସେଠାରେ ଉତେଜନା ଦେଖାଦେଇଛି । ଏନେଇ ମେଡିକାଲର ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ମୃତ ଶିଶୁଙ୍କ ବାପା ସେକ ନଇମ ଅଭିଯୋଗ କରିଛନ୍ତି ।

By amfnews

Related Post