Thu. Mar 20th, 2025

ଡାକ୍ତରଖାନାରେ ପଶି ରୋଗୀଙ୍କୁ ଝାଡ଼ିଲେ ଗୁଣିଆ

By amfnews Jul 17, 2019 #Featured
262 Views

ଭୋପାଲ : ମଧ୍ୟପ୍ରଦେଶର ଏକ ହସ୍ପିଟାଲ ଭିତରେ ଜଣେ ରୋଗୀଙ୍କ ପରିବାର ଲୋକେ ଗୁଣିଆକୁ ଡ଼କାଇ ଝଡ଼ାଫୁଙ୍କା କରିଛନ୍ତି। ଗୁଣିଆ ଜଣଙ୍କ ମହିଳା ରୋଗୀଙ୍କୁ ଝଡ଼ାଫଙ୍କା କରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଜଣେ ନର୍ସ ଗୁଣିଆର ଝଡ଼ାଫୁଙ୍କା ଦେଖିଥିଲେ ହେଁ କିଛି ଆପତ୍ତି କରିନଥିଲେl ଅନ୍ୟପକ୍ଷେ, ହସ୍ପିଟାଲ କର୍ତ୍ତୃପକ୍ଷ ଗୁଣିଆ ଆସିଥିବା ନେଇ ଜାଣିନଥିବା ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ବତିୟାଗଡ଼ ଜିଲ୍ଲାର ଡାମୋହର ୨୫ ବର୍ଷୀୟ ମହିଳା ଇମର୍ତ୍ତି ଦେବୀ ସାପ କାମୁଡାର ଶିକାର ହୋଇଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ପରିବାର ଲୋକେ ଗୁଣିଆଙ୍କୁ ଡ଼ାକି ଆଣି ହସ୍ପିଟାଲର ଓ୍ୱାର୍ଡ ଭିତରେ ସାପ କାମୁଡ଼ା ପାଇଁ ଝଡ଼ା ଫୁଙ୍କା କରିଥିଲେ। ଯାହାର ସିସିଟିଭି ଭିଡିଓ ଭାଇରାଲ ହୋଇଛି।

ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି ଗୁଣିଆ ଆସି ମହିଳାଙ୍କୁ ଝଡ଼ାଫୁଙ୍କା କରୁଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସିକ୍ୟୁରିଟି ଗାର୍ଡ ଜାଣିନଥିଲେ। ତେବେ ଡ୍ୟୁଟିରେ ଥିବା ନର୍ସ ଜଣଙ୍କ ଏବାବଦରେ ଡାକ୍ତରଙ୍କୁ କାହିଁକି ଅବଗତ କରାଇନଥିଲେ ସେ ନେଇ ସଂମ୍ପୃକ୍ତ ନର୍ସଙ୍କୁ ଜବାବ ତଲବ କରାଯାଇଥିବା ଡାକ୍ତର ମମତା ତିମୋରି କହିଛନ୍ତି। ଡ୍ୟୁଟିରେ ଥିବା ଡାକ୍ତର ଅନ୍ୟ ଏକ ଓ୍ୱାର୍ଡରେ ରୋଗୀଙ୍କ ଚିକିତ୍ସା କରୁଥିଲେ ତେଣୁ ଅନ୍ୟ ଓ୍ୱାର୍ଡରେ ଝଡ଼ାଫୁଙ୍କା ଚାଲିଥିବା ନେଇ ଜାଣିପାରିନଥିଲେ ବୋଲି ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି।

By amfnews

Related Post