Mon. Mar 9th, 2026

ଡରାଉଛି ଡେଙ୍ଗୁ : ସୁନ୍ଦରଗଡ଼ରେ ୫୬ ନମୂନା ପଜିଟିଭ

186 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲ୍ଲାର ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୬ଟି ନମୂନା ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କୁତ୍ରା ବ୍ଲକ ଖତକୁରବାହାଲ ଅଞ୍ଚଳର।  ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ଅଞ୍ଚଳର ।

ଖତକୁରବାହାଲରୁ ହିଁ ଜିଲ୍ଲାର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଡେଙ୍ଗୁ ଆକ୍ରାନ୍ତ ୨ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇ ଚିକିତ୍ସା କରାଯାଉଛି।

ସ୍ଥିତି ସଂକଟାପନ୍ନ ଥିବାରୁ ଖତକୁରବାହାଲ ଗାଁକୁ ଯାଇ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। ସଚେତନତା ଅଭାବରୁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ଥିବାରୁ ଲୋକଙ୍କୁ ସଫାସୁତରା ରହିବାକୁ ସଚେତନ କରାଯାଉଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲାବାସୀ  ଆତଙ୍କିତ ହୋଇ ପଡ଼ିଛନ୍ତି ।

By amfnews

Related Post