Fri. Mar 6th, 2026

ଡକଓ୍ଵର୍ଥ ଲୁଇସ ସିଷ୍ଟମରେ ହେଲା ପରିବର୍ତ୍ତନ, ସେପ୍ଟେମ୍ବର ୩୦ରୁ ଲାଗୁ ହେବ

299 Views

ନୂଆଦିଲ୍ଲୀ,ସେପ୍ଟେମ୍ବର୨୯ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଶନିବାର ଡକଓ୍ଵର୍ଥ ଲୁଇସ ପ୍ରଣାଳୀ(ଡିଏଲଏସ) ସହିତ ଖେଳାଳିଙ୍କ ପାଇଁ ନୂତନ ନିୟମ ଜାରି କରିଛି। ଏହି ନିୟମ ସେପ୍ଟେମ୍ବର ୩୦ରୁ ଲାଗୁ ହେବ।  ଆଇସିସି ମୁତାବକ କିମ୍ବଲେରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ଵେ ମଧ୍ୟରେ ହେବାକୁ ଥିବା ପ୍ରଥମ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଏହି ନୂତନ ନିୟମ ଲାଗୁ ହେବ।

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୦୧୪ରେ ଲାଗୁ ହୋଇଥିବା ଡକ ଓ୍ଵର୍ଥ ଲୁଇସ୍ ପ୍ରଣାଳୀରେ ଆଇସିସି ଦ୍ଵିତୀୟ ଥର ନବୀକରଣ କରିଛି।  ଏଥିରେ ବଲ ପରେ ବଲ ସ୍କୋରିଂର ସୂଚନା ଓ ପାଓ୍ଵରପ୍ଲେ ସାମିଲ ରହିଛି। ଆଇସିସି ଅନୁସାରେ ବର୍ତ୍ତମାନ ପ୍ରଣାଳୀରେ ୭୦୦ ଦିନିକିଆ ଓ ୪୨୮ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଡିଏଲଏସର ସମୀକ୍ଷା କରାଯାଇଛି।

ଏହି ସମୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ ଦିନିକିଆରେ ଦଳର ହାରାହାରି ରନ ସ୍କୋର ଅଧିକ ବଢିଛି। ଦଳ ଗୁଡିକ ନିଜ ପାଳିର ଶେଷ ପର୍ୟ୍ୟିନ୍ତ ସ୍କୋରକୁ ଦ୍ରୁତ ଗତିରେ ବଢାଇଛନ୍ତି। ଡିଏଲଏସର ଦ୍ଵିତୀୟ ନବୀକରଣରେ ଦିନିକିଆ ମ୍ୟାଚର ଶେଷ ୨୦ ଓଭର ଏବଂ ମହିଳା-ପୁରୁଷଙ୍କ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ସମୟରେ ସ୍କୋର ପ୍ରଣାଳୀର ସମୀକ୍ଷା କରାଯାଇଛି।  ଏଥିରୁ ଜଣା ପଡିଛି ଯେ ମହିଳା ଓ ପୁରୁଷ ମ୍ୟାଚରେ ସ୍କୋର ହାର ଭିନ୍ନ ରହିଛି ମାତ୍ର ଓ୍ଵିକେଟ୍ ନେବା ହାର ପ୍ରାୟତଃ ସମାନ ରହିଛି। ଏହା ସହିତ ସ୍ପଷ୍ଟ ହୋଇଛି ଯେ ତିନୋଟି ଫର୍ମାଟରେ ଡିଏଲଏସର ଗୋଟିଏ ପ୍ରଣାଳୀ ଉପଯୋଗୀ ଅଟେ। ଏହା ମଧ୍ୟରେ ଆଇସିସି ମ୍ୟାଚ୍ ସମୟରେ ଖେଳାଳିଙ୍କ ବ୍ୟବହାର ଓ ନୂତନ ଅଭିଯୋଗ ପାଇଁ ନିଜର ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ମଧ୍ୟ ସେପ୍ଟେମ୍ବର ୩୦ରୁ ଲାଗୁ ହେବ।

ଆଇସିସି ବୋର୍ଡ ଜୁଲାଇ ଦୁଇରେ ଡବଲିନରେ ହୋଇଥିବା ବାର୍ଷିକ ସମ୍ମିଳନୀରେ ଏହି ନୂତନ ନିୟମକୁ ମଞ୍ଜୁରୀ ଦିଆଯାଇଥିଲା। ଏବେ ଲେବୁଲ-୩ର ଅନୁସାରେ ଦୋଷୀ ହେଲେ ଖେଳାଳିଙ୍କୁ ୮ ରୁ ୧୨ ପର୍ୟ୍ୟୀନ୍ତ ନିଲମ୍ଵନ ଅଙ୍କ ଦିଆଯିବ ଯାହା ୬ଟି ଟେଷ୍ଟ ମ୍ୟାଚ୍ ଓ ୧୨ଟି ଦିନିକିଆ ମ୍ୟାଚର ନିଲମ୍ବନ ବରାବର ହେବ। ମ୍ୟାଚ୍ ରେଫରୀ ଲେବୁଲ-୧, ୨ ଓ ୩ ଅଭିଯୋଗରେ ନିଜର  ଶୁଣାଣି କରିବେ। କେବଳ ଲେବୁଲ ୪ ଅଭିଯୋଗ ପାଇଁ  କାନୁନ ଆୟୋଗ ଏହାର ଶୁଣାଣି କରିବେ। ଆଇସିସି ଦିନିକିଆ ବିଶ୍ଵ କପ ୨୦୧୯କୁ ଦୃଷ୍ଟିରେ ରଖି ନିଜର ବର୍ତ୍ତମାନ ନିୟମରେ କୌଣସି ବଡ଼ଧରଣର ପରିବର୍ତ୍ତନ କରି ନାହାନ୍ତି।

By amfnews

Related Post