Sun. Mar 8th, 2026

ଠକେଇ ଅଭିଯୋଗରେ ହାଇଟେକ୍ ମେଡିକାଲ୍‌ ଅଧିକାରୀ ଗିରଫ

213 Views

ଭୁବନେଶ୍ୱର, ଡିସେମ୍ବର ୨୬ : ମେଡିକାଲ୍‌ କଲେଜରେ ନାମ ଲେଖାଇବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ୍ ମେଡିକାଲ୍‌ର ଅଧିକାରୀ ତିରୁପତି ଚୌଧୁରୀ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଆଜି ତିରୁପତି ଚୌଧୁରୀଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିବ। ୨୦୧୩ ମସିହାରେ ନାମ ଲେଖାଇବା ପାଇଁ ଡିଲ୍ ହୋଇଥିଲା। କିନ୍ତୁ ପରେ ନାମ ଲେଖା ହୋଇ ନପାରିବାରୁ ସମ୍ପୃକ୍ତ ବ୍ୟକ୍ତି ଝାଡ଼ଖଣ୍ଡରେ କେସ୍ କରିଥିଲେ।

ଏହି ମାମଲାରେ ତିରୁପତିଙ୍କ ନାଁରେ ୱାରେଣ୍ଟି ଜାରି ହୋଇଥିଲା। ପୂର୍ବରୁ ମଧ୍ୟ ତିରୁପତି ଜମି ଜାଲିଆତି ଅଭିଯୋଗରେ ଗିରଫ ହୋଇଥିଲେ।

By amfnews

Related Post