Fri. Mar 6th, 2026

ଟ୍ରେନ୍‌ରେ ଚୋରା ଚାଲାଣ ବେଳେ ୫୦ ମାନବ କଙ୍କାଳ ଜବତ, ବିଦେଶୀ ଅପରାଧୀଙ୍କ ସମ୍ପୃକ୍ତି

246 Views

ପାଟନା, ନଭେମ୍ବର ୨୮: ବିହାରର ସରନ ଜିଲ୍ଲାର ଛାପ୍ରା ରେଲେଓ୍ଵ ଷ୍ଟେସନରେ ଜିଆରପି ପୁଲିସ ବାଲିଆ- ସିଆଲ୍‌ଦା ଏକ୍ସପ୍ରେସ ଟ୍ରେନ୍‌ର ଏକ ବଗିରୁ ୫୦ଟି ମାନବ କଙ୍କାଳ ଜବତ କରିଛି। ଏହି କଙ୍କାଳ ଗୁଡ଼ିକ ଚୀନକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ସଞ୍ଜୟ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ।

ସୋନପୁର ରେଲେଓ୍ଵ ଡିଏସପି ମହମ୍ମଦ ତନଭୀର କହିଛନ୍ତି ଯେ ଏହି ୫୦ଟି ମାନବ କଙ୍କାଳ ସମ୍ଭବତଃ ଉତ୍ତରପ୍ରଦେଶର ବାଲିଆରୁ ସଂଗ୍ରହ କରାଯାଇ ଚୀନ ଓ ଭୁଟାନକୁ ଚାଲାଣ କରିବାକୁ ପଶ୍ଚିମବଙ୍ଗ ନିଆଯାଉଥିଲା। ଗିରଫ ସଞ୍ଜୟ ପ୍ରସାଦ ପ୍ରସାଦଙ୍କ ଠାରୁ ବିଦେଶୀ ମୁଦ୍ରା ସହିତ ବହୁ ଏଟିଏମ କାର୍ଡ, ବିଭିନ୍ନ ସ୍ଥାନର ୨ଟି ପରିଚୟ ପତ୍ର, ସିମ୍‌ କାର୍ଡ, ନେପାଳ ମୋବାଇଲ ନମ୍ବର ପ୍ରଭୃତି ଜବତ ହୋଇଛି। ତେଣୁ ଏହି ମାନବ କଙ୍କାଳ ପଛରେ ବିଦେଶୀ ର‍୍ୟାକେଟ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି। ଗିରଫ ସଞ୍ଜୟ କୁମାରଙ୍କୁ କୋର୍ଟରେ ହାଜର କରାଯାଇ ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରିବ, ତା ପର ଠାରୁ ବହୁ ଘଟଣା ପଦାକୁ ଆସିବ ବୋଲି ତନଭୀର କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ସରନ ପୁଲିସ ୬୭ଟି ମଣିଷ ଖପୁରୀ ଚୋରା ଚାଲାଣ ବେଳେ ଜବତ କରିଥିଲା। ସେହିପରି ୨୦୦୪ ମସିହାରେ ଗୟାର ଫଲଗୁ ନଦୀ ନିକଟରୁ ୧୦୦୦ ଖପୁରୀ ଓ ମଣିଷ ଶରୀରର ବିଭିନ୍ନ ଅଙ୍ଗର ଅସ୍ଥି ଜବତ କରାଯାଇଥିଲା।

By amfnews

Related Post