Sun. Mar 8th, 2026

ଟ୍ରେନ୍‌ରୁ ଖସି କଟିଗଲା ଦୁଇ ଗୋଡ଼

164 Views

ଯାଜପୁର : ଟ୍ରେନ୍‌ରୁ ଖସି ପଡ଼ି ଜଣେ ପେଡା ବ୍ୟବସାୟୀଙ୍କ ଦୁଇଗୋଡ଼ କଟିଯାଇଛି। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଗଡ଼ମଧୁପୁର ଷ୍ଟେସନରେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ଗୁଣନିଧି ଦୋରା(୫୫)। ତାଙ୍କ ଘର ଧର୍ମଶାଳା ଥାନା ଥାନୁଆଳ ଗାଁରେ।

ସବୁଦିନ ପରି ଆଜି ଗୁଣନିଧି ଗଡ଼ମଧୁପୁର ଷ୍ଟେସନକୁ ଯାଇ ପେଡ଼ା ବିକିବା ପାଇଁ ଟ୍ରେନ୍‌ରେ ଚଢ଼ୁଥିଲେ। ଏହି ସମୟରେ ଅସାବଧାନତାବଶତଃ ଟ୍ରେନ୍‌ରୁ ସେ ଖସି ପଡ଼ିଥିଲେ। ଏହି ସମୟରେ ପୁରୀ-ହାଓଡ଼ା ଟ୍ରେନ୍‌ଟି ଷ୍ଟେସନ ଛାଡୁଥିଲା। ଫଳରେ ଗୁଣନିଧିଙ୍କ ଗୋଡ଼ ଦୁଇଟି ଟ୍ରେନ୍‌ ଚକାତଳେ ରହିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ଜଣେ ଗରିବ ଶ୍ରେଣୀର ବ୍ୟବସାୟୀ ହୋଇଥିବାରୁ ତାଙ୍କର  ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

By amfnews

Related Post