Fri. Mar 6th, 2026

ଟ୍ରେନିଙ୍ଗ୍‌ ଦେବାକୁ ଯାଉଥିବା ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ; ଦୁଇ ପାଇଲଟ୍‌ ନିରାପଦ

220 Views

ନୂଆଦିଲ୍ଲୀ  : ବୁଧବାର ସକାଳେ ଗୋଆଲିୟର୍‌ ଏୟାର୍‌ ବେସ୍‌ରୁ ଉଡ଼ାଣ ଆରମ୍ଭ କରିବା ପରେ ପରେ ଭାରତୀୟ ବାୟୁସେନାର ଗୋଟାଏ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଭାରତୀୟ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି।

ସେ ଲଢୁଆ ବିମାନର ଦୁଇଜଣ ପାଇଲଟ୍‌ ନିରାପଦରେ ବାହାରି ଆସିଛନ୍ତି। ସେ ଦୁହେଁ ହେଲେ ଜଣେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏବଂ ସ୍କ୍ଵାଡ୍ରୋନ୍‌ ଲିଡର୍‌।
ମିଗ୍‌-୨୧ ବିମାନଟି ରୁଟିନ୍‌ ଟ୍ରେନିଙ୍ଗ୍‌ ମିସନ୍‌ରେ ଯାଉଥିବା କଥା ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି।

ତାଲିମ ଅଭିଯାନରେ ସକାଳ ପ୍ରାୟ ୧୦ଟା ବେଳେ ଉଡ଼ିବା ମୁହୂର୍ତ୍ତକ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ରହିଲା। ଦୁର୍ଘଟଣାର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାରି କରାଯିବ।

By amfnews

Related Post