105 Views
ରାଉରକେଲା, ୯ା୧୧ : ରାଉରକେଲା ସହରରେ ବେପାରୁଆ ଗାଡ଼ି ଚାଳନା ସାଙ୍ଗକୁ ହେଲମେଣ୍ଟ ଚେକିଙ୍ଗ ଯାଞ୍ଚ, ଟ୍ରିପଲ ରାଇଡିଙ୍ଗକୁ ରୋକିବା ନିମେନ୍ତ ଟ୍ରାଫିକ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସକାଳ ସାଢ଼େ ୯ଟାରେ ରାଉରକେଲା ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସାରନା ଛକ ନିକଟରେ ବିଭିନ୍ନ ଯାନଗୁଡ଼ିକୁ କଢ଼ାକଢ଼ି ଭାବେ ଯାଞ୍ଚ କରାଯାଇଥିଲା । ଏଥିରେ ବହୁ ଗାଡ଼ି ଚାଳକମାନେ ବିନା ହେଲମେଣ୍ଟରେ ଗାଡ଼ି ଚାଳନା କରୁଥିବା ପୁଲିସ ଧରିଥିଲା । ବେଆଇନ ଭାବେ ଗାଡ଼ି ଚାଳନା କରୁଥିବା ଲୋକଙ୍କ ଠାରୁ ପୁଲିସ ୩ ହଜାର ୮ଶହ ଟଙ୍କା ଜୋରିମାନା ଆଦାୟ କରିଥିଲା । ଯାଞ୍ଚ ସମୟରେ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ସହ ଟ୍ରାଫିକ୍ ସବ୍ଇନ୍ସପେକ୍ଟର ନାରାୟଣ ଦଳେଇ ଓ ବହୁ ଟ୍ରାଫିକ ପୁଲିସ ଉପସ୍ଥିତ ଥିଲେ ।