Sun. Mar 8th, 2026

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ନାବାଳକ, କଟିଲା ୪୨ ହଜାର ଟଙ୍କାର ଫାଇନ୍‌

155 Views

ଭଦ୍ରକ : ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ନାବାଳକ ବାଇକ୍ ଚାଳକଙ୍କ ଉପରେ ହୋଇଛି ୪୨ ହଜାର ୫୦୦ ଟଙ୍କାର ଫାଇନ୍। ଗାଡିରେ ୩ ଜଣ ବସିଥିବା ବେଳେ ଭୁଲ୍ ରାସ୍ତାରେ ବାଇକ୍‌ ଚଳାଇବା ଓ ଗାଡ଼ିର କାଗଜପତ୍ର ନ ଥିବା ଯୋଗୁଁ  ଏହି ଫାଇନ୍ ହୋଇଥିବା ଜଣାଯାଇଛି।

ଗତ ୬ ତାରିଖରେ ଭଦ୍ରକ ଭଣ୍ଡାରୀପୋଖରୀ କହଁରା ଛକରେ ଏହି ଘଟଣା ଘଟିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଜଣେ ନାବାଳକ କଲେଜ ଛାତ୍ରଙ୍କୁ ବଡ ଧରଣର ଫାଇନ୍‌ କରିଛନ୍ତି ବିଭାଗୀୟ ଅଧିକାରୀ। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ଧନେଶ୍ୱର ନାୟକ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ବେଳେ ଏହି ଜରିମାନା କରିଛନ୍ତି।

ନାବାଳକ ଜଣକ ଅନ୍ୟ ଦୁଇ ସାଥିଙ୍କୁ ବସାଇ ଭୁଲ୍ ରାସ୍ତାରେ ଆସୁଥିଲେ। ତାଙ୍କ ପାଖରେ ଗାଡିର କୌଣସି ବୈଧ କାଗଜପତ୍ର ମଧ୍ୟ ନଥିଲା । ତେଣୁ ଗାଡି ମାଲିକଙ୍କ ନାଁରେ ଏତେ ପରିମାଣର ଚାଲାଣ କରାଯାଇଛି। ନାବାଳକଜଣକଙ୍କର ଆଧାରକାର୍ଡ ରଖି  ଟ୍ରାଫିକ୍ ଇନ୍ସପେକ୍ଟର ତାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି।

By amfnews

Related Post