ଲକ୍ଷ୍ନୌ, ଜାନୁଆରୀ ୨୨ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା ଜଣେ ୨୮ ବର୍ଷୀୟା ଯୁବତୀଙ୍କର ଶବ ମିଳିଥିଲା।ତାଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯିବା ପରେ ପରିଚୟ ନଷ୍ଟ କରିବାଲାଗି ତାଙ୍କର ମୁହଁକୁ ଖଣ୍ଡବିଖଣ୍ଡିତ କରି ଜଳାଯାଇଥିଲା। ପୁଲିସ ଶବକୁ ଜବତ କରିବାପରେ ପୋଷ୍ଟମର୍ଟମ ଲାଗି ପଠାଇଛି।
ପୁଲିସ ଇନସ୍ପେକ୍ଟର ଗୋସାଇଗଂଜ ଅଜୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଯେ,ଇକାନା ଷ୍ଟାଡିଅମ ପାଖରେ ଥିବା ଗୋମତୀ ନଦୀ ବନ୍ଧ ତଳେ କିଛି ଯୁବକ ମାଛ ଧରୁଥିବା ବେଳେ ସେମାନଙ୍କ ଦୃଷ୍ଟିକୁ ଏହି ଟ୍ରଲି ବ୍ୟାଗ୍ ଆସିଥିଲା। ସେମାନେ ଖୋଲିବାପରେ ସେଥିରେ ଜଣେ ଯୁବତୀଙ୍କ ଶବଥିବା ଜାଣିପାରିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ସେହି ଶବ ପାଖରେ ମଦ ବୋତଲ,ନିଶା ଇଂଜେକସନ୍,ଔଷଧ ଆଦି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ପୁଲିସର ସୂଚନା ଅନୁଯାୟୀ ଯୁବତୀ ଜଣକ ନାରଙ୍ଗୀ ରଙ୍ଗର ଏକ ପ୍ୟାଣ୍ଟ୍ ପିନ୍ଧିଥିଲେ। ଶରୀର ଉପରେ ଅଂଶରେ କୁର୍ତ୍ତା ଓ ଦୁଇଟି ସ୍ୱେଟର୍ ଥିଲା। ଶବକୁ ଚିହ୍ନିବା ଲାଗି ପୁଲିସ ପକ୍ଷରୁ ଆଖପାଖର ସମସ୍ତ ଥାନାକୁ ସୂଚନା ଦିଆଯାଇଛି। ଯୁବତୀଙ୍କର ଏକ ଫଟୋ ବି ହ୍ଵାଟ୍ସଅପ୍ରେ ପଠାଯାଇଛି।
279 Views

