Sun. Mar 8th, 2026

ଟ୍ରଲରକୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ କଣ୍ଟେନର, ଡ୍ରାଇଭର ଗୁରୁତର

306 Views

ଭଦ୍ରକ  : ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଥିବା ଟ୍ରଲରକୁ ଏକ ଗ୍ୟାସ୍ ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଛି। ଏଥିରେ କଣ୍ଟେନର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ନିପେନ ମେହେତା।

ଗତକାଲି ବିଳମ୍ବିତ ରାତିରେ ଗେଲପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଟ୍ରଲରଟି ଖରାପ ହୋଇ ଠିଆ ହୋଇଥିଲା। ହଳଦିଆରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା କଣ୍ଟେନରଟି ଭାରସାମ୍ୟ ହରାଇ ଟ୍ରଲରଟିକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଏକ ଘଣ୍ଟା ଧରି ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

By amfnews

Related Post