Tue. Jan 21st, 2025

ଟ୍ରମ୍ପଙ୍କ ଦିଲ୍ ମାଗେଁ ମୋର, ଏବେ କହିଲେ ୧ କୋଟି ସ୍ୱାଗତ କରିବେ

By amfnews Feb 21, 2020 #Featured
118 Views

ଓ୍ୱାଶିଂଟନ : ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ମଧ୍ୟରେ କେତେ ଜଣ ଲୋକ ରହିବେ ତାଙ୍କୁ ସ୍ୱାଗତ ପାଇଁ ସେ ନେଇ ପୁଣି ଥରେ ମତ ରଖିଛନ୍ତି। ପୂର୍ବରୁ ୭୦ ଲକ୍ଷ ଲୋକ ତାଙ୍କର ସ୍ୱାଗତ ପାଇଁ ଉପସ୍ଥିତ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଥିବା ବେଳେ ଏବେ କହିଛନ୍ତି ୧ କୋଟି ଲୋକ ସ୍ୱାଗତ ପାଇଁ ଉପସ୍ଥିତ ରହିବେ। ଯାହାର ସତ୍ୟତା କ’ଣ ଜଣାପଡ଼ିନଥିବା ବେଳେ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ମୋଦି ଏବଂ ଟ୍ରମ୍ପ ଉଭୟ ଉଦବୋଧନ ଦେବେ।

ANI

@ANI

US President Donald Trump: I am going to India next week, and we are talking trade. They have been hitting us very hard for many years. I really like PM Modi but we gotta talk a little business. One of the highest tariffs in the world is India

Embedded video

ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ରାଲିକୁ ଉଦବୋଧନ କରିବା ବେଳେ କହିଛନ୍ତି, ‘ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ତାଙ୍କ ସହିତ ଟ୍ରେଡ ଡିଲ୍ ବାବଦରେ ମଧ୍ୟ ଆଲୋଚନା କରିବି। ମୋଟେରା ଷ୍ଟାଡିୟମ ଯିବା ବେଳେ ୧୦ ମିଲିଅନ (୧ କୋଟି) ଲୋକ ସ୍ୱାଗତ କରିବେ’।

ଯଦି ଟ୍ରମ୍ପଙ୍କ ୧ କୋଟି ଲୋକ ସ୍ୱାଗତ ମନ୍ତବ୍ୟ ସତ ହେବ ତାହେଲେ ଅହମଦାବଦର ଛୁଆଠୁ ବୁଢ଼ା ଆସିଲେ ମଧ୍ୟ ୧ କୋଟି ଲୋକ ଉପସ୍ଥିତ ରହିପାରିବେ ନାହିଁ। କାରଣ ଅହମଦାବାଦ ବାସୀଙ୍କ ସଂଖ୍ୟା ୭୦ ଲକ୍ଷ ରହିଥିବା ସୂଚନା ରହିଛି। ୧ କୋଟି ଲୋକ ସ୍ୱାଗତ ପାଇଁ ରାଜ୍ୟର ପଡ଼ୋଶୀ ଜିଲ୍ଲାର ସହଯୋଗ ନେବାକୁ ହେବ।

ତେଣେ ଅହମଦାବାଦ ନଗର ନିଗମର ମୁଖ୍ୟ ବିଜୟ ନେହେରା କହିଛନ୍ତି, ରୋଡ ଶୋ’ ବେଳେ ସ୍ୱାଗତ ପାଇଁ ରାସ୍ତା ପାର୍ଶ୍ୱରେ ୧ରୁ ୨ ଲକ୍ଷ ଲୋକ ଉପସ୍ଥିତ ରହିବେ।

By amfnews

Related Post