Thu. Jan 23rd, 2025

ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ୟୁଟ୍ୟୁବ

By amfnews Jan 13, 2021 #Featured
233 Views

ନୂଆଦିଲ୍ଲୀ, ଜାନୁଆରୀ 13 : ଗୁଗଲ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ ଆକାଉଣ୍ଟ କୁ ହଟାଇଦେଇଛି । ତେବେ ଯାହା ଜଣାପଡ଼ିଛି ଟ୍ରମ୍ପଙ୍କ ଏହା ଅଫିସିଆଲ୍ ଆକାଉଣ୍ଟ ଅଟେ । ଗତ କିଛି ଦିନ ହେବ ଫେସବୁକ୍ ଏବଂ ଟ୍ୱିଟର ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟ କୁ ବ୍ଲକ୍ କରିଦେଇଥିଲା । ଯଦିଓ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ପୂର୍ବପରି ଚାଲୁରଖିବାକୁ ଅନୁମତି ଦେଇଛି କିନ୍ତୁ ତାଙ୍କୁ ଚେତାବନୀ ଦିଆହେଇଛି କି ଯଦି ପୁଣି ସେହିପରି ନୀତି ଉଲ୍ଲଂଘନ କରାଯାଏ, ତେବେ ଆକାଉଣ୍ଟକୁ ସବୁଦିନ ପାଇଁ ବ୍ଲକ୍ କରାଯିବ।

ତେବେ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ଅଫିସିଆଲ ଚ୍ୟାନେଲକୁ ୟୁଟ୍ୟୁବରୁ ବନ୍ଦ କରାଯାଇଛି ଏବଂ ଯାହାଫଳରେ ସାତ ଦିନ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ୟୁଟ୍ୟୁବ ଚ୍ୟାନେଲରେ କୌଣସି ଭିଡ଼ିଓ ଅପ୍‌ଲୋଡ଼୍ କରାଯାଇପାରିବ ନାହିଁ । ସୁଚନାଅନୁସାରେ ,ଆମେରିକାର କ୍ୟାପିଟାଲରେ ହିଂସା ସୃଷ୍ଟି କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ସମୟ ଧରି ବିବାଦରେ ରହିଛନ୍ତି।

ଗୁଗୁଲ ଟ୍ୱିଟ୍ କରି କହିଛି ଯେ ନୀତିର ଉଲ୍ଲଂଘନ ଏବଂ ସମ୍ଭାବ୍ୟ ହିଂସାକୁ ଧ୍ୟାନରେ ରଖି ଆମେ ଡୋନାଲ୍ଡ  ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଛୁ ଯାହାଫଳରେ ଆଉ କୌଣସି ନୂଆ ତଥ୍ୟ ସେୟାର କରାଯାଇପାରିବ ନାହିଁ । ୟୁଟ୍ୟୁବରେ ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରାୟ ୩ ନିୟୁତ ଅନୁସରଣକାରୀ ଥିଲେ । ହିଂସା ହେବାର ଆଶଙ୍କାକୁ  ଦୃଷ୍ଟିରେ ରଖି ୟୁଟ୍ୟୁବ କେବଳ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିନାହିଁ, ବରଂ ଟ୍ରମ୍ପଙ୍କ ୟୁଟ୍ୟୁବ ଚ୍ୟାନେଲରୁ ସମସ୍ତ ଭିଡିଓରେ ଥିବା କମେଣ୍ଟକୁ ଡ଼ିଲିଟ୍ ମଧ୍ୟ କରାଯାଇଛି ।

By amfnews

Related Post