Sat. Mar 7th, 2026

ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର

218 Views

ରାଉରକେଲା, ୫ ।୮  : ଦେବବ୍ୟାସ ସ’ମିଲ୍ ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜମୁନାନାକିରେ ବାସ କରୁଥିବା ବାଇକ୍ ଚାଳକ ଏଲିୟାସ ଟପ୍ନୋ (୩୯) ଗୁରୁତର ହୋଇଛନ୍ତି । ଏଲିୟାସ ତାଙ୍କ ବାଇକ୍ ଯୋଗେ କୁଆଁରମୁଣ୍ଡା ଅଞ୍ଚଳରୁ କୌଣସି କାମ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସ’ମିଲ୍ ଛକ ନିକଟରେ ଏକ ମାଲବାହୀ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଏଲିୟାସ ରାସ୍ତାରେ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସାଲାଗି ପ୍ରଥମେ ଆର୍ଜିଏଚ୍ ଓ ପରେ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଥିଲା ।

Related Post