Sun. Mar 8th, 2026

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ଯୁବତୀ ଗୁରୁତର

173 Views

କୋଲାବିରା : ୪୯ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ଲରିଆପାଲି ଛକରେ ବୁଧବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ସବାର ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ସୁନ୍ଦରମଣି ବାଗ ନାମକ ଉକ୍ତ ଯୁବକ ଜଣକ ଏକ ନୂଆ ସିଡି ଡିଲକ୍ସ ବାଇକ୍‌ (ନମ୍ବର ବିହୀନ)ରେ ଯୁବତୀଙ୍କୁ ନେଇ କୁଚିଣ୍ଡା ପଟେ ଯାଉଥିବା ବେଳେ ଲରିଆପାଲି ଛକ ନିକଟରେ ଏକ ଟ୍ରକ୍‌ (ଓଡି ୦୯ଏ-୪୫୧୬) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ସୁନ୍ଦରମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବତୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋଲାବିରା ପୁଲିସ୍‌ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ସୁନ୍ଦରମଣି ଲଇକେରା ଥାନା ସୁଡ଼ୁଙ୍ଗ ଗ୍ରାମରେ ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିନି। ତେବେ ଯୁବତୀ ଜଣ ଲଇକେରା ଥାନା ବନ୍ଧକାନୀ ଗ୍ରାମର ସୁକୁମାରୀ ମୁଣ୍ଡା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

By amfnews

Related Post