Mon. Mar 9th, 2026

ଟ୍ରକ୍‌ ଧକ୍କାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

239 Views

ବୌଦ୍ଧ  :   ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଦଳାସାହି-ଚକାପାଦ ରାସ୍ତା ଛକରେ ଟ୍ରକ୍ ଧକ୍କାରେ ଜଣେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜ୍ୟୋସ୍ନା ପ୍ରଧାନ। ତାଙ୍କ ଘର ନୟାଗଡ଼ ଜିଲ୍ଲା ବାଇସିପଲି ଅଞ୍ଚଳର ଜୋଲୁକାବାଲି ଗାଁର।

ଗୁରୁତର ସ୍ୱାମୀ ସନ୍ତୋଷ ପ୍ରଧାନଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଶ୍ୱଶୁର ଘରୁ ନିଜ ଗାଁକୁ ବାଇକ୍ ଯୋଗେ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଟ୍ରକଟିକୁ ପୁଲିସ୍ ଜବତ କରିଛି।

By amfnews

Related Post