Fri. Mar 6th, 2026

ଟ୍ରକ୍‌କୁ ପଛରୁ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ କାର୍ ଚାଳକଙ୍କର ମୃତ୍ୟୁ, ଜଣେ ଗୁରୁତର

168 Views

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥର ମିରିକାମୁଣ୍ଡି ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍  ପଛରୁ ଟ୍ରକ୍‌କୁ ପିଟିବା ଫଳରେ ଚାଳକ ମୃତ ହୋଇଥିବା ବେଳେ କାର୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଏକ ଟ୍ରକ୍‌ ଏବଂ ଏକ କାର୍‌ ଜଳେଶ୍ବର ଆଡ଼କୁ ଯାଉଥିଲେ। ହେଲେ ମିରିକାମୁଣ୍ଡି ନିକଟରେ ଟ୍ରକ୍‌କୁ ସେହି କାର୍‌ ପଛରୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ସେହି କାରରେ ଥିବା ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ କାର୍‌ ଚାଳକଙ୍କର ନାମ ସହଦେବ ବେହେରା ଓ ତାଙ୍କ ଘର ରୁପ୍‌ସାରେ ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଜଣଙ୍କ ମଧ୍ୟ କାରରେ ବସିଥିଲେ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବିଷୟରେ ଜାଣିବା ପରେ ରୁପ୍‌ସାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କାଟି ଚାଳକଙ୍କୁ ଗାଡ଼ି ଭିତରୁ ବାହାର କରିଥିଲା। ଏହାପରେ ଆହତ ରାଜେଶ ବେହେରାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି। ରାଜେଶ ବେହେରାଙ୍କ ଘର ବି ରୁପ୍‌ସାରେ ବୋଲି ଜଣାପଡ଼ିଛି।

ଖବର ପାଇ ହଳଦୀପଦା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ଉକ୍ତ ଟ୍ରକ୍‌ର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।

By amfnews

Related Post