Sat. Nov 23rd, 2024

ଟିମ୍ ଇଣ୍ଡିଆର ବିଜୟ, ହକିରେ ଜାପାନକୁ ୮-୦ରେ ଦେଲା ମାତ୍

By amfnews Aug 25, 2018 #Featured
Dhaka: Indian Men’s Hockey team celebrates their birth in the final of the Hero Asia Cup 2017 with a convincing 4-0 victory over arch-rivals Pakistan in the Super 4s match in Dhaka on .Saturday. PTI Photo (PTI10_21_2017_000132B)
246 Views

ଇଣ୍ଡୋନେସିଆ, ଅଗଷ୍ଟ ୨୪:

ବିଜୟ ରଥରେ ବସିଥିବା ଭାରତୀୟ ହକି ଟିମର ବିଜୟ ଅଭିଯାନ ଜାରି ରହିଛି । ୧୮ତମ ଏସିଆନ୍ ଗେମସରେ ପୁରୁଷ ହକିରେ ଆଜି ଦଳ ଜାପାନକୁ ୮-୦ ଗୋଲରେ ମାତ୍ ଦେଇଛି । ଏହା ଭାରତର ଲଗାତାର ତୃତୀୟ ବିଜୟ ।

ମ୍ୟାଚର ପ୍ରତ୍ୟେକ ମୂହୁର୍ତ୍ତରେ ଭାରତୀୟ ଖେଳାଳି ଦବଦବା ରଖିଥିଲେ । ଟିମ୍ ଇଣ୍ଡିଆ ଲଗାତାର ଆକ୍ରମଣ କରି ଜାପାନକୁ ବ୍ୟାକଫୁଟରେ ରଖିଥିଲା । ପୁଲ୍ ଏ ରେ ଭାରତ ପ୍ରଥମ ସ୍ଥାନରେ ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ଦଳ ଘରୋଇ ଟିମ୍ ଇଣ୍ଡୋନେସିଆକୁ ୧୭-୦ ଏବଂ ପରେ ହଙ୍ଗକଙ୍ଗକୁ ୨୬-୦ରେ ପରାସ୍ତ କରିଥିଲା । ଯାହା ଅନ୍ତରାଷ୍ଟ୍ରୀୟ ହକିରେ ଭାରତର ସବୁଠାରୁ ବଡ ବିଜୟ ।

ଏହି ଭଳି ତିନୋଟି ମ୍ୟାଚରେ ଦଳ ପ୍ରତିପକ୍ଷକୁ ୫୧ଟି ଗୋଲ୍ ଦେଇଛି । ପ୍ରଥମ ଦୁଇଟି ମୁକାବିଲା ଭାରତୀୟ ଦଳ ପାଇଁ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଥିଲା । ବିଶେଷଜ୍ଞମାନେ ଜାପାନର ଶକ୍ତିଶାଳୀ ଡିଫେନ୍ସ୍ ଭାରତ ପାଇଁ ବିପଦ ସୃଷ୍ଟି କରିବ ବୋଲି କହିଥିଲେ । କିନ୍ତୁ ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତି ନେଇଥିଲା ।

ଗ୍ରୁପ ଏ ରେ ଭାରତ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ କୋରିଆ ହେବ ବୋଲି କୁହାଯାଉଛି । ଏହି ମ୍ୟାଚ୍ ଆଗାମୀ ୨୬ ତାରିଖରେ ଖେଳାଯିବ  । ଶେଷ ତଥା ଅନ୍ତିମ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ସାମ୍ନା କରିବ ।

By amfnews

Related Post